କେନ୍ଦୁଝର,ତା୯/୨-ଓଡ଼ିଶା କ୍ରିକେଟ ଆସୋସିଏନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ କ୍ରିକେଟରେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ଆଦିଦେବ ସାହୁ ସଚିନ ତେନ୍ଦୁଲକର ଫିଡ଼ର ସେଣ୍ଟର ନେଟ୍ସ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ୧୪ବର୍ଷରୁ କମ କ୍ରିକେଟରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ଫେବୃଆରୀ ୯ତାରିଖରୁ ଭୁବନେଶ୍ୱରର କିଟସ ଷ୍ଟାଡିଅମର ଆୟୋଜିତ ନେଟ୍ସ ରେ ସେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ବୋଲି ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଦିଦେବ କେନ୍ଦୁଝର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ବେଳେ ପିତା ସତ୍ୟନାରାୟଣ ସାହୁ ଓ ମାତା ଶଶୀକଳା ସାହୁ। ସେ ସେଣ୍ଟ ଜାଭିଅର ସ୍କୁଲରୁ ପ୍ରତିନିଧିତ୍ବ କରୁଥିବା ବେଳେ ଫେମସ କ୍ଲବରୁ ସେ ନିୟମିତ ଖେଳୁ ଥିବାବେଳେ ଦୀପକ କୁମାର ମୁଖିଙ୍କ ପ୍ରଶିକ୍ଷଣ ଓ ତାପସ କୁମାର ମହାନ୍ତିଙ୍କ ପ୍ରେରଣାରେ ଅଭ୍ୟାସ ଦୈନିକ କରିଥାନ୍ତି।ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଭବିଷ୍ୟତରେ ଅଧିକ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post