ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ ଗୀତା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ,ରବୀନ୍ଦ୍ର ନାଥ ମିଶ୍ର,ତରୁଣ କୁମାର ପାଢ଼ୀ ଏବଂ ସୁସ୍ମିତା ଶର୍ମାଏହି ସମ୍ମିଳନୀ ର ଉଦେଶ୍ୟ ଓ ଟ୍ରଷ୍ଟ ର ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବ୍ରହ୍ମପୁର ସହରର ବହୁ ବରିଷ୍ଠ ସାମ୍ବାଦିକ ଗଣ ମାଧ୍ୟମ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆମ ସମାଜରେ ପ୍ରଚଳିତ କୁସଂସ୍କାର ଯୌତୁକ ପ୍ରଥା ଏବଂ ବାଲ୍ୟ ବିବାହ ପ୍ରଥା ଦୂର କରିବା ସହ ଅବିବାହିତଙ୍କ ମୁହଃରେ ହସ ଫୁଟାଇଏକ ନୂତନ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ପ୍ରେରଣା ଦେବା ଏହି ସାମୁହିକ ବିବାହ ଉତ୍ସବର ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ପ୍ରକାଶ କରିଛନ୍ତି।ବନ୍ଧୁତା ଓ ସେବା ମନୋବୃତି ନେଇ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ତତ୍ତ୍ଵାବଧାନରେ ଟ୍ରଷ୍ଟ ସଦସ୍ୟ ସଦସ୍ୟା ଯଥା ମୁରଲୀ ମୋହନା ଆଚାର୍ଯ୍ୟ,ଲକ୍ଷ୍ମୀ ପ୍ରସାଦପଟ୍ଟନାୟକ,ଇନ୍ଦିରାପଟ୍ଟନୟକ,ପ୍ରସର୍ଣ୍ଣ ମହାପାତ୍ର,ଅଞ୍ଜଳି ମହାନ୍ତି,ଜିତେନ୍ଦ୍ର ନାହାକ,ପ୍ରଦୀପ ସେଠୀ,ସନ୍ତୋଷ ପଣ୍ଡା,ରୋନାଲି ପାଣିଗ୍ରାହୀ, ରିତାଞ୍ଜଳିସ୍ୱାଇଁ,ରାଗିଣୀ ସାହା,ସଂଯୁକ୍ତା ତ୍ରିପାଠୀ,ଅନିମା ମିଶ୍ର,ବିନୋଦ ମିଶ୍ର,ସନ୍ତୋଷ ପାଣିଗ୍ରାହୀ,ଭେଙ୍କଟ ରମଣ ସୁବୁଦ୍ଧି,ବିଶ୍ଵନାଥ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ସାମ୍ବାଦିକ ବନ୍ଧୁ ମାନେ ନିଜ ନିଜର ମତ ପ୍ରକାଶ କରିବା ସହ ଟ୍ରଷ୍ଟ ର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ପରିଶେଷରେ ଟ୍ରଷ୍ଟ ତରଫରୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ କାମନା କରିବା ସହ ସେମାନଙ୍କ ଉପସ୍ଥିତି ପାଇଁ ଟ୍ରଷ୍ଟ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.