ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜଭୂମି ଭଞ୍ଜନଗର ସହରର ବୀର ବିପ୍ଳବୀ ଚକରା ବିଷୋୟୀ ବାଇପାସ୍ ରୋଡ଼ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ୨୦୨୬ ମହା ସମାରୋହରେ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ସିମାଞ୍ଚଳ ବାଡତ୍ୟା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଅଦ୍ୟ ରବିବାର ୮ ତାରିଖ ଫେବୃଆରୀ ମାସ ୨୦୨୬ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ୨୦୨୬ ମହା ଆଡ଼ମ୍ବରରେ ଓ ଆକର୍ଷଣୀୟ ଭାବରେ ପାଳନ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ, ପ୍ରଶିକ୍ଷକ,ଭଞ୍ଜ ସାହିତ୍ୟ ଗବେଷକ ତଥା ସୁ ସାହିତ୍ୟିକ ଡକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ, ମୂଖ୍ୟବକ୍ତା ଭାବେ କାର୍ଯ୍ୟାଳୟ ର ସମ୍ପାଦକ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବିଷୋୟୀ, ସମ୍ମାନୀତ ଅତିଥି ଭାବେ, ଶାରୀରିକ ପ୍ରମୁଖ୍ , ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ର ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବିଷୋୟୀ ମଞ୍ଚାସିନ ଥିଲେ। ତତ୍ ସହିତ ଉକ୍ତ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଦିଲ୍ଲିପ କୁମାର ବିଷୋୟୀ ଓ ସମ୍ପାଦକ ଶ୍ରୀଯୁକ୍ତ ଅନୀଲ୍ କୁମାର ଷଡ଼ଙ୍ଗୀ ମଞ୍ଚରେ ମଞ୍ଚାସିନ ଥିଲେ। ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ପରେ ପରେ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହିତ, ଅତିଥି ପରିଚୟ ପ୍ରଦାନ କରିଥିଲେ ଉକ୍ତ ଅନୁଷ୍ଠାନ ର ଗୁରୁମା ଅନୀତା କୁମାରୀ ପାଢ଼ୀ। ସେହିଭଳି ବାର୍ଷିକ ବିବରଣୀ ପଠନ କରିଥିଲେ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ବାଡତ୍ୟା। ପରେ ପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, ବାପା ମାଆ ଗୁରୁଜନ ମାନେ ହିଁ ଶ୍ରେଷ୍ଠ, ତେଣୁ ସେମାନଙ୍କୁ ସମ୍ମାନ ଦେବା ସହିତ ଆମ ଭାରତୀୟ ଶିକ୍ଷା ପରମ୍ପରା କୁ ଅନୁଶରଣ କରି ଆଗକୁ ବଢିବା ଦ୍ଵାରା ଆମ୍ଭେ ଜଣେ ଜଣେ ଭବିଷ୍ୟତ ରେ ମହାନ୍ ନାଗରିକ ହୋଇପାରିବା ସହିତ ଏକ ସୁସ୍ଥ ପରିବେଶ ଓ ସମାଜ ଗଠନ କରିପାରିବେ ବୋଲି କହିଥିଲେ। ଅନୁଷ୍ଠାନ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଓ ପ୍ରାରମ୍ଭିକ ଦଳଗତ ନୃତ୍ୟ ପରିବେଷଣ ହେବା ସହିତ ଅନୁଷ୍ଠାନ ର ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ନିଜ ନିଜର କଳା କୈ।ଶଳ, ଅଭିନୟ ଓ ସଂଗୀତ କୁ ଅନୁଷ୍ଠିତ ଆଜିର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପରିବେଷଣ କରିଥିଲେ। ଏଥିରେ ଉପସ୍ଥିତ ସମସ୍ତ ଅବିଭାବକ ଅବିଭାଵିକ ଓ ଅନ୍ୟ କୁନି କୁନି ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ କୁ ଵେସ୍ ଆନନ୍ଦର ସହିତ ଉପଭୋଗ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଅନୁଷ୍ଠାନ ର ଗୁରୁମା ସୁଚିତ୍ରା କୁମାରୀ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଂଗ କରିଥିଲେ। ଆଜିର ଏହି ମହାନ୍ ଆଡମ୍ବର ପୂର୍ଣ୍ଣ ଆନୁଷ୍ଠାନିକ କାର୍ଯ୍ୟକ୍ରମ ରେ ଉକ୍ତ ଅନୁଷ୍ଠାନ ର ସମସ୍ତ ଗୁରୁମା ଓ ଅନ୍ୟ କର୍ମକର୍ତ୍ତା ଗଣ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.