ଓଡିଶା ଡିଜାଇନ୍କୁ ଆନ୍ତର୍ଜାତିକ ସ୍ତରରେ ପହଚାଂଇବା ଲାଗି ଖଦିବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି On Dec 24, 2017 16 Share ଭୁବନେଶ୍ୱର : ଟା୍ରଇଟୁନ ଏକାଡେମୀର ଡିଜାଇନ ଛାତ୍ରଛାତୀ୍ର ମାନଙ୍କ ଦ୍ୱାରା ଶନିବାର ଦିନ ଡିଜାଇନ ପ୍ରଦର୍ଶନୀ ‘ଉଦ୍ଭବ’ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ଏସିଆନ୍ ଏଜ୍ ଦୈନିକ ଇଂରାଜୀ ଖବର କାଗଜର ଓଡିଶା ମୁଖ୍ୟ ଅକ୍ଷୟ କୁମାର ସାହୁ ଏବଂ କନ୍ନଡ ଓ ଓଡିଆ ଚଳଚିତ୍ର ଜଗତର ଉଦୀୟମାନ ଅଭିନେତା ଉଦୟନ ଅପରାଜିତ ଉଦ୍ଘାଟନ କରିଥିଲେ । ଏହାଛଡା ଡିଜାଇନିଂ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ ବ୍ୟକ୍ତିବିଶେଷ ଏହି ଉତ୍ସବରେ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଇଂଟେରିୟର ଡିଜାଇନର ରୟନ ସାହୁ,ଆର୍କିଟେକ୍ ଦିବ୍ୟଜ୍ୟୋତି ମହାନ୍ତି ଏବଂ ସୀମା ଶ୍ରୀବାସ୍ତବ , ବିଶିଷ୍ଟ ଫ୍ୟାସନ ଡିଜାଇନର ମଧୁମିତା ପଣ୍ଡା ଏମଂ ନିବେଦିତା ଆଚାର୍ଯ୍ୟ । ଛାତ୍ରଛାତୀ୍ରମାନେ ବହୁ ଉତ୍ସାହର ସହିତ ନିଜ ନିଜ ମଧ୍ୟରେ ଥିବା ସୃଜନତ୍ମାକ ପ୍ରତିଭାକୁ ନିୟୋଜିତ କରି ଅତ୍ୟାବଶ୍ୟକ ବେଶ୍ ଆକର୍ଷଣୀୟ ସାମଗ୍ରୀରେ ରୂପାନ୍ତରିତ କରିଥିଲେ । ଏହି ଉସôବର ମହତ୍ୱ ହେଉଛି ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବ୍ୟବହାର କରି କିପରି ନୂତନ ତଥା ଆକର୍ଷଣୀୟ ଉତ୍ପାଦ ସୃଷ୍ଟି କରିବା । ବର୍ଜିତ ବା ଘୋରି ହୋଇଯାଇଥିବା ଗାଡି ଟାୟାରକୁ ବ୍ୟବହାର କରି ତିଆରି କରିଥିବା ସୋଫା ସେଟ୍ ଓ ଷ୍ଟୋର କଟେଂନର ଏବଂ ପୁରୁଣା ଜିନ୍ସ ପ୍ୟାଂଟ୍କୁ ବ୍ୟବହାର କରି ଅତ୍ୟାଧୁନିକ ଲେଡିଜ୍ ହ୍ୟାଣ୍ଡ୍ବ୍ୟାକ୍ ପ୍ରଦର୍ଶନୀରେ ବେଶ୍ ଦର୍ଶକମାନଙ୍କ ଲାଗି ଆକର୍ଷଣୀୟ ହୋଇଥିଲା । ଖଦି ବୋର୍ଡ ସଭାପତି ଛାତ୍ରଛାତ୍ରୀମାନଙ୍କୁ ନିଜ ସୃଷ୍ଟିକୁ କିପରି ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ପହଂଚାଯାଇପାରିବ ସେ ନେଇ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ମୁଖ୍ୟ ଅତିଥି ତେଜେଶ୍ୱର ପରିଡା ପ୍ରତିଶ୍ରୁତି ଦେଇଥିଲେ ।ଏହି ଅବସରରେ ଟ୍ରାଇଟୁନ୍ ଏକାଡେମୀର ଅଧ୍ୟକ୍ଷ ସ୍ୱଦେଶ ମୁଦୁଲି କହିଥିଲେ ଯେ ଅନୁଷ୍ଠାନରୁ ଉଦ୍ୟମ ଥିଲା କିପରି ନିତିଦିନ ବ୍ୟବହାର କରାଯାଉଥିବା ତଥା ପରିତ୍ୟକ୍ତ ପଦାର୍ଥକୁ ନେଇ ନୂତନ ପଦାର୍ଥ ସୃଷ୍ଟି କରିିବା । ଉଦାହଣ ସ୍ୱରୁପ ପ୍ଳାଷ୍ଟିକ ଏବଂ ଟାୟାର ପରି ପରି ବର୍ଯ୍ୟବସ୍ତୁକୁ ସୌଖିନ୍ ବ୍ୟବହାର କରିବା ଏବଂ ପରିବେଷକୁ ସୁସ୍ଥ ସୁରକ୍ଷିତ ରଖିବା । 16 Share FacebookTwitterGoogle+ReddItWhatsAppPinterestEmail