ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୨୦ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ୟୁଜିଏମ) ଓ ଦଲକି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପରିଚୟାତ୍ମକ ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁଜିଏମ ର ଅଧ୍ୟକ୍ଷା ରୀତା କୁମାରୀ ରାୟଙ୍କ ଅଧ୍ୟକ୍ଷତା, କାର୍ଯ୍ୟକ୍ରମର ଆବାହକ ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ବ ଓ ଅଧ୍ୟାପକ ପ୍ରଦୀପ କୁମାର ଗିରିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ଦଲକି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରାମେଶ୍ବର ନାଏକ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଉତ ଗୁଣବତ୍ତା ଶିକ୍ଷା, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ, ପରସ୍ପର ବିଦ୍ୟାଳୟ ମଧ୍ୟରେ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତିତ୍ବ ଅଭିଭାଷଣରେ ଅଧ୍ୟକ୍ଷା ଶ୍ରୀମତୀ ରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶିକ୍ଷା କେବଳ ପୁସ୍ତକ ପଢିବା ମଧ୍ୟରେ ସୀମିତ ନୁହେଁ, ଏଭଳି କାର୍ଯ୍ୟକ୍ରମ ବ୍ୟକ୍ତିତ୍ଵ ର ବିକାଶରେ ସହାୟକ ହେବାସହ ଉଭୟ ବିଦ୍ୟାଳୟ ମଧ୍ୟରେ ସହଭାଗିତା , ଭାବର ଆଦାନ ପ୍ରଦାନ ଦ୍ବାରା ପରସ୍ପର ମଧ୍ୟରେ ସମ୍ପ୍ରତି ଭାବ ବଢାଇଥାଏ। ବିଶିଷ୍ଟ ଅତିଥି ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ବିକଶିତ କରିବା, ସଂସ୍କାରିତ ହେବା, ପରସ୍ପର ମଧ୍ୟରେ ଭାବ ବିନିମୟ, ସଂସ୍କୃତି ବିନିମୟ ସହ ଭାରତୀୟ ସଂସ୍କୃତି କୁ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆବାହକ ଅଧ୍ୟାପକ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ବାସ, ଅନୁଶାସନ ଓ ଡ଼ଃ ଅବଦୁଲ କାଲାମଙ୍କ ଜୀବନାଦର୍ଶ ତଥା ହତୋତ୍ସାହିତ ନହେବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଲକି ବିଦ୍ୟାଳୟର ହରେକୃଷ୍ଣ ମିଶ୍ର, ମନୋଜ କୁମାର ସାହୁ, ଅରୁଣ ସାହୁ ଓ ଛାତ୍ର ଭୋଳେଶ୍ବର ସାହୁ ଓ ଛାତ୍ରୀ କଙ୍ଗନା ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ରୀ ବର୍ଷାରାଣୀ ଷଡ଼ଙ୍ଗୀ, ଅଧ୍ୟାପିକା ପ୍ରଭାତୀ ପ୍ରଧାନ ଙ୍କ ସହ ଉଭୟ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅଧ୍ୟାପିକା ସନ୍ଧ୍ୟାରାଣୀ ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ୟୁଜିଏମ ର ଅଧ୍ୟାପକ ଅଧ୍ୟାପିକା ରୀତା ଦାସ, ସତ୍ୟେନ୍ଦ୍ର କୁମାର ସିଂ, ମଞ୍ଜୁଲତା ଦେହୁରୀ, ରମେଶ ପ୍ରଧାନ,ସୈ।ମ୍ୟରଞ୍ଜନ ଦାଶ, ସୁଚିତ୍ରା ପାଠକ,ସୁନିତା ମହାଳିକ, ସନ୍ତୋଷିନୀ ସାହୁ, ଶୈଳବାଳା ଷଡ଼ଙ୍ଗୀ,ସାଗରିକା ସେନାପତି, ମୋନାଲିସା ସାହୁ,ସ୍ତୁତିତା ସାହୁ, କଳ୍ପନା ମହାନ୍ତି ଓ ସମସ୍ତ କର୍ମଚାରୀ ତଥା ଦଲକି ବିଦ୍ୟାଳୟ ତରଫରୁ ତପନ କୁମାର ପ୍ରଧାନ, ସିପୁନ ସାହୁ, ଏକଲବ୍ୟ ପ୍ରଧାନ,ଅଙ୍କିତ ଦାସ,ଯଶମତୀ ସିଂ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଲକି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.