ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରକୋଷ୍ଠ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାରର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଅନୁଷ୍ଠାନ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ସାହୁ, ବେଲଗୁଣ୍ଠା ଏନ୍ଏସି ସାଂସଦ ପ୍ରତିନିଧି ନାରାୟଣ ସାହୁ, ସିଆରସିସି ରମେଶ୍ କୁମାର ପାଣିଗ୍ରାହୀ, କାଉନସିଲର୍ ଦିବ୍ୟରଞ୍ଜନ ଦାଶ୍, ବେଲଗୁଣ୍ଠା ଥାନା ଏସ୍ଆଇ ବିଶ୍ୱରଞ୍ଜନ ନାୟକ, ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ,ସମ୍ପାଦକ ବୁଲୁ ଦାସ, ଉପଦେଷ୍ଟା ରବୀନ୍ଦ୍ର ନାଥ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ବହୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅଜିତ୍ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଅନୁଷ୍ଠାନର କର୍ମଚାରୀ ମିଲୁ ଗୌଡ଼, କାଜଲ ବିଷୋୟୀ, ସରିତା ସ୍ୱାଇଁ, ସୃତି ରେଖା ନାୟକ, ଜ୍ୟୋତିମୟୀ ଜେନା, ସୋମଲି, ଦୀପା ଗୌଡ଼, ରଶ୍ମିତା ସ୍ୱାଇଁ, ଜସ୍ମିନ ସେଠି, ସ୍ଵାତିପ୍ରିୟା ସ୍ୱାଇଁ, ବର୍ଷା ରାଣୀ ବାରିକ, ମିକି ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post