ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ମାଲକାନଗିରି, ୫/୨/୨୬: ଇଟା କାରଖାନାକୁ ବିଦ୍ୟୁତ୍ ଯୋଗାଣ ଲାଗି ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛଡି ଟିପିଏସଓଡିଏଲ୍ ଜେଇ ପ୍ରଦେଶ ପ୍ରସାଦ ନାୟକ। ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଠାବ ହୋଇଛି କୋଠା, ମୂଲ୍ୟବାନ ପୁଟ୍, ସୁନାଗହଣା ଓ ଗାଡ଼ି । ସମ୍ପଭିର ଆକଳନ ଜାରି ରହିଥିବା ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର କୁମାର ପଣ୍ଡା ଜୟପୁର କାର୍ଯ୍ୟାଳୟରେ ପ୍ରେସ୍ ବିବୃଭିରେ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଯାଞ୍ଚ ବେଳେ ଜେଇ ଶ୍ରୀ ନାୟକଙ୍କ ବ୍ରହ୍ମପୁର ସହରରେ ୨ ହଜାର ବର୍ଗଫୁଟର ଦୁଇ ମହଲା କୋଠା ଠାବ ହୋଇଛି। ଏଥିସହ ବ୍ରହ୍ମପୁର ଓ ଭୁବନେଶ୍ଵରରେ ୫ଟି ମୂଲ୍ୟବାନ୍ ପୁଟ୍, ୧୫୦ ଗ୍ରାମର ସୁନା ଗହଣା, ଗୋଟିଏ ଦାମୀ କାର ଓ ୨ଟି ବାଇକ୍ ସହ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି। ଏସବୁର ମୂଲ୍ୟ ଆକଳନ ଚାଲିଛି। ଶ୍ରୀ ନାୟକ ୨୦୦୪ ସେପ୍ଟେମ୍ବର ୮ ରେ ମାତ୍ର ୩ ହଜାର ଟଙ୍କା ଦରମାରେ ସାଉଥକୋରେ ଚାକିରି ଆରମ୍ଭ କରିଥିଲେ। ଭଞ୍ଜନଗର, ବୁଗୁଡ଼ା ଏବଂ ଆସ୍କାରେ ଏହି ପଦରେ ଦାୟିତ୍ୱ ତୁଲାଇଥିଲେ। ୨୦୨୧ ମସିହାରେ ତାଙ୍କ ପଦୋନ୍ନତି ହୋଇଥିଲା। ସେ କନିଷ୍ଠ ଯନ୍ତ୍ରୀ ଭାବେ ମାଲକାନଗିରିରେ ଯୋଗ ଦେଇଥିଲେ। ଟିପିଏ ଓଡିଏଲ୍ରେ କାମ କରୁଥିଲେ । ଗୋଟିଏ ଇଗ କାରଖାନାକୁ ବିଦ୍ୟୁତ୍ ସଂଯୋଗ ଦେବା ଲାଗି ମାଲିକଙ୍କ ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post