ପଣ୍ଡିତ ତ୍ରିନାଥ ହୋତାଙ୍କ ସହିତ ସପ୍ତାହକ ମଧ୍ୟରେ ୪ ଜଣଙ୍କ ବିୟୋଗ,

0

ପନ୍ତିଖାରୀ ଶାସନରେ ଶୋକାକୁଳ ପରିବେଶ

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମର ପଣ୍ଡିତ ତ୍ରିନାଥ ହୋତା(୮୧)ବୁଧବାର ଅପରାହ୍ନରେ ପରଲୋକ ଗମନ କରିଥିବା ବେଳେ ସପ୍ତାହକ ମଧ୍ୟରେ ୪ ଜଣଙ୍କ ବିୟୋଗ ଯୋଗୁଁ ପନ୍ତିଖାରୀ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଂସ୍କୃତ ପଣ୍ଡିତ ଭାବରେ ଶିକ୍ଷକତା କରୁଥିବା ପଣ୍ଡିତ ହୋତା ୨୦୦୫ ବର୍ଷରେ ସରକାରୀ ଦାୟିତ୍ଵରୁ ଅବସର ନେଇଥିଲେ। ପରେ ସେ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନୁଷ୍ଠିତ ଯାଗ ଯଜ୍ଞରେ ଆଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ ଏବଂ ରୁଦ୍ରାଭିଷେକ, ସତ୍ୟନାରାୟଣ ପୂଜା ଇତ୍ୟାଦି ବୈଦିକ କର୍ମ ନିଷ୍ଠାର ସହିତ ସମାପନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ସେ ବହୁ ପରିଚିତ ଥିଲେ ।ସେହିପରି ଆଜି ଅପରାହ୍ନରେ ନାରାୟଣ ବେହେରା(୯୫) ଇହଧାମ ତ୍ୟାଗ କରିଥିବା ବେଳେ ୪ ଦିନ ପୂର୍ବେ ସ୍ବର୍ଗତ କୃଷ୍ଣଚନ୍ଦ୍ର ହୋତାଙ୍କ ସ୍ତ୍ରୀ କନକ କୁମାରୀ ହୋତା(୮୨) ଏବଂ ୫ ଦିନ ପୂର୍ବେ ସାଧବାଣୀ ପାତ୍ର(୯୦) ପରଲୋକ ଗମନ କରିଥିଲେ।

Leave A Reply

Your email address will not be published.