ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଦଳୀ ବନ୍ଧ ଠାରେ ମା’ ଅନ୍ଧାର ବାଉତୀଙ୍କ ତୃତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଶକ୍ତିଯଜ୍ଞ ଅବସରରେ ମହିଳା ମାନଙ୍କ ଦ୍ଵାରା ଭବ୍ୟ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ ଦିନଧରି ଅନୁଷ୍ଠିତ ହେବାକୁ ଥିବା ଯଜ୍ଞର ବୁଧବାର ପ୍ରଥମ ଦିବସରେ ଓଡ଼ଗାଁ ରାମ ସାଗର ପୁଷ୍କରିଣୀ କୂଳରେ ବ୍ରାହ୍ମଣଙ୍କ ଦ୍ବାରା କଳଶ ସଂସ୍କାର ଓ ପୂଜନ ପରେ ନୂତନ ବସ୍ତ୍ର ପରିଧାନ କରି ୧୦୮ ମହିଳା କଳସ ଧାରଣକରି ସଙ୍କୀର୍ତ୍ତନ ମଣ୍ଡଳୀ ଓଡ଼ଗାଁ ନଗର ପରିକ୍ରମା କରି କଦଳୀ ବନ୍ଧ ଯଜ୍ଞ ମଣ୍ଡପରେ ପହଁଞ୍ଚି କଳସ ସ୍ଥାପନା କରିଥିଲେ। ପରେ ବ୍ରାହ୍ମଣ ବରଣ କରାଯାଇ ଦେବ ଆବାହନ, ଅଗ୍ନି ସ୍ଥାପନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଦଳୀଵନ୍ଧ ଓ ରଗଡ଼ିସାହି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ତ୍ରିଦିବସୀୟ ଶକ୍ତି ଯଜ୍ଞ ଆସନ୍ତା ୬ ତାରିଖ ଶୁକ୍ରବାର ଅପରାହ୍ନରେ ସମାପନ ହେବ।
Sign in
Sign in
Recover your password.
A password will be e-mailed to you.
Prev Post