ନବରଙ୍ଗପୁର, ଅଶୋକ ସାହୁ,ତା ୪.୨.୨୦୨୬:ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ଦ୍ୱାରା ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ଖେଳପଡ଼ିଆରେ ଏକ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବରେଣ୍ୟ ଅତିଥି,ସଭାର ସଭାପତି ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ମାନ୍ୟବର ସାଂସଦ ଲୋକସଭା ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ତଥା ଆବାହକ ଆନନ୍ଦ ଚନ୍ଦ୍ର ପଲେଇ ପ୍ରମୁଖ ମଞ୍ଚା ସିନ ଥିଲେ। ଏହି ମେଗା ନିଯୁକ୍ତି ମେଳାରେ ସମସ୍ତ ୧୦ ଟି ବ୍ଲକ ରୁ ୧୭୦୦ ରୁ ଅଧିକ ନିଯୁକ୍ତି ଆଶାୟୀ ଅଂଶଗ୍ରହଣ କରିଥିଲେ। ସେହିପରି ଓଡ଼ିଶା ଏବଂ ଓଡ଼ିଶା ବାହାରୁ ୨୫ ରୁ ଅଧିକ ନିଯୁକ୍ତିଦାତା ଏବଂ ୨୦ ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ସୁଯୋଗ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ୧୩୦୦ ରୁ ଅଧିକ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ୨୫ ରୁ ଅଧିକ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ଘଟଣାସ୍ଥଳରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ବରେଣ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ଜିଲ୍ଲାର ଯୁବା ବର୍ଗଙ୍କୁ ନିଯୁକ୍ତି ମେଳା ରେ ବିଭିନ୍ନ ନିଯୁକ୍ତିକାରି ସଂସ୍ଥା ନିକଟରେ ନିଜର ପ୍ରତିଭାକୁ ଉଚିତ ମାର୍ଗରେ ପ୍ରଦର୍ଶନ ସହ ଉପଯୁକ୍ତ ତାଲିମ ଗ୍ରହଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉଦାହରଣ ହୁଅନ୍ତୁ। ଏହା ସହିତ ଚାକିରି ତଲାସରେ ନିଜର ସମୟ ନଷ୍ଟ ନ କରି କୌଣସି ଆତ୍ମ ନିଯୁକ୍ତି ଉଦ୍ୟୋଗ କରି ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପ୍ରଶଂସାର ପାତ୍ର ହେବାପାଇଁ କହିଥିଲେ।ଜିଲ୍ଲାପାଳ ଆଶାୟୀ ପ୍ରାର୍ଥୀମାନଙ୍କୁ କେବଳ ପାଠ ପଢି ଚାକିରି ପଛରେ ନ ଦୌଡ଼ନ୍ତୁ ବରଂ ଦକ୍ଷତା ବିକାଶ , ଯୋଗାଯୋଗ କୁଶଳତା ,ସମୟ ପରିଚାଳନା ଉପରେ ଗୁରୁତ୍ବ ଦେଇ ନିଜର ଆତ୍ମବିଶ୍ୱାସ କୁ ଦୃଢ଼ କରନ୍ତୁ। ଯେଉଁ କ୍ଷେତ୍ରରେ ରୁଚି ରହିଛି ସେଥିରେ ଦକ୍ଷତା ବିକାଶ କରିବାକୁ ପରାମର୍ଶ ଦେଇଥିଲେ।ଶେଷରେ ଦକ୍ଷତା ବିକାଶ ଅଧିକାରୀ ଶୁଭମ ମହାପାତ୍ର ଧନ୍ୟବାଦ୍ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.