ସୁସ୍ଥ ସମାଜ ଗଢ଼ିବା , ସୁନ୍ଦର ପରିବାର ଗଢ଼ିବା , କର୍କଟ ରୋଗ ଠାରୁ ଦୂରେଇ ରହିବା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ କମିଟି ମିଳିତ ଆନୁକୁଲ୍ୟରେ ସଚେତନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ପ୍ରଗତି ମହିଳା ସଂଗଠନ ର ଉପସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଜନଗର ପର୍ଯ୍ୟନ୍ତ ରାଲି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପି ପି ରାଜେଶ୍ କୁମାର ମିଶ୍ର ଯୋଗଦେଇ କର୍କଟ ରୋଗ ବିଷୟରେ ବୁଝାଇଥିଲେ।
ବିନୋଦିନୀ କଲେଜ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ଜଗନ୍ନାଥଙ୍କ କମିଟି ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ , ପ୍ରଗତି ମହିଳା ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା , ଉପଦେଷ୍ଟା ହରି ମୋହନ ପଟ୍ଟନାୟକ , ସଂଗଠନ ସମ୍ପାଦିକା ତାନୂଜା ଶତପଥୀ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ମୁରଲୀ ପରିଛା ପ୍ରମୁଖ ଯୋଗଦେ ତମାଖୁ , ମଦ ସିଗାରେଟ , ସ୍ବାସ୍ଥ୍ୟ ପାଇଁ କେତେ ହାନି କାରକ ସେ ବିଷୟ ରେ ସମସ୍ତ ଙ୍କୁ ସଚେତନା କରାଯାଇଥିଲା। ସୁସ୍ଥ ସମାଜ ଗଢ଼ିବା , ସୁନ୍ଦର ପରିବାର ଗଢ଼ିବା , କର୍କଟ ରୋଗ ଠାରୁ ଦୂରେଇ ରହିବା।ଶେଷରେ ମୁରଲୀଧର ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.