ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ନିମନ୍ତେ ଉଦ୍ଦିଷ୍ଟ ପାଞ୍ଚ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ‘ପ୍ରବୋଧନ ‘ ତାଲିମ୍ ଶିବିର ସମଗ୍ର ରାଜ୍ୟରେ ଚାଲିଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମ୍ ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ ଉଦ୍ଘାଟନ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ତାଲିମ୍ ଶିବିରକୁ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଉଦ୍ଘାଟନ କରିଥିଲେ I ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଧାନ ଶିକ୍ଷକ ସମୀର୍ କୁମାର ଜେନା, ନୀଳକଣ୍ଠ ନନ୍ଦ, ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ କୁମାର ନାୟକ,ରଞ୍ଜିତ୍ କୁମାର ସାହୁ ରମେଶ୍ ପାଣିଗ୍ରାହୀ, ଭାରପ୍ରାପ୍ତ ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି I ସୂଚନା ପ୍ରକାରେ ଆଗାମୀ ୨୦୨୬-୨୭ ଶିକ୍ଷା ବର୍ଷଠାରୁ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ୯ଟି ବିଷୟରେ ୫୫ ଟି ପୁସ୍ତକ ପରିବର୍ତ୍ତନ ହୋଇଛି I ଏହି ପାଞ୍ଚ ଦିନ ମଧ୍ୟରେ ପଞ୍ଚପଦି ଅର୍ଥାତ ଅଧିତି, ବୋଧ, ଅଭ୍ୟାସ, ପ୍ରୟୋଗ, ପ୍ରସାର ଏବଂ ପଞ୍ଚକୋଷ ଅର୍ଥାତ ଅର୍ଣ୍ଣ, ପ୍ରାଣ,ମନ, ବିଜ୍ଞାନ,ଆନନ୍ଦ ଉପରେ ଶିକ୍ଷା ଦାନର କୌଶଳ ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯିବ I ଏଥି ସହିତ ଜାତୀୟ ଶିକ୍ଷାନୀତି -୨୦୨୦,ଭାରତୀୟ ଜ୍ଞାନ ପରମ୍ପରା, ବିଷୟ ଭିତିକ ଭାଷା ର ପାଠ ପଢ଼ାଇବା ଶୈଳୀ, ବୃତ୍ତିଗତ, ଶାରୀରିକ ଶିକ୍ଷା ଓ ସ୍ୱଛତା ଉପରେ ମଧ୍ୟ ଶିକ୍ଷା ଦାନ କରାଯିବ ବୋଲି ସୂଚନା ମିଳିଛି I ବାଳିକା ଉଚ୍ଚ ବିଦ୍ୟାଳୟରେ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଏବଂ ବିଇଓ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଶିବିରକୁ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.