ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସଂପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଉପ ନିର୍ଦ୍ଦେଶକ ଯୋଜନା ପ୍ରକାଶ ରାଉତ ପ୍ରମୁଖ ମଞ୍ଚାସିନ ଥିଲେ।
କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲାର ସଂପୂର୍ଣ୍ଣତା ଅଭିଯାନ୨.୦ କାର୍ଯ୍ୟକ୍ରମରେ ଆକାଂକ୍ଷା ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂପୂର୍ଣ୍ଣତା ଅଭିଯାନ ୨.୦ ଜାନୁୟାରୀ ୨୮ ଠାରୁ ୧୪ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ଦୁଇ ଗୋଟି ଆକାଂକ୍ଷା ପଞ୍ଚାୟତ ସମିତି ଆର୍.ଉଦୟଗିରି ଓ ଗୁମ୍ମା ବ୍ଲକ ଅନ୍ତର୍ଗତ ସାମଗ୍ରିକ ବିକାଶ କ୍ଷେତ୍ରରେ ଆଗକୁ ନେବାକୁ ଏହି କାର୍ଯ୍ୟକ୍ରମ ଚାଲିବ। ଗଜପତି ଜିଲ୍ଳାର ସଂପୂର୍ଣ୍ଣତା ଅଭିଯାନର ମୂଳ ଲକ୍ଷ୍ୟ ସ୍ବାସ୍ଥ୍ୟ , ଶିକ୍ଷା , କୃଷି ଓ ପୃଷ୍ଠି ଲକ୍ଷ୍ୟ ହାସଲ ସକାଶେ ଦୃଢ ସଂକଳ୍ପ ଦେଇ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ସମସ୍ତ ବର୍ଗ ଓ ଶ୍ରେଣୀର ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯିବାକୁ କହିଥିଲେ।
ସଂପୂର୍ଣ୍ଣତା ଅଭିଯାନ ୨.୦ ର ସମସ୍ତ ଲକ୍ଷ୍ୟ ଗୁଡ଼ିକୁ ପୁରା କରିବା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଗୋଟିଏ ଟିମ ହୋଇ କାର୍ଯ୍ୟ କଲେ ଜିଲ୍ଲା ଆଗକୁ ବଢିବା ସଫଳତା ହାସଲ କରିପାରିବ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି ସମସ୍ତ ଇଣ୍ଡିକେଟର ଗୁଡ଼ିକୁ ସମୟସୀମା ମଧ୍ୟରେ ସଂପୂର୍ଣ୍ଣତା ହାସଲ କରିବା। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟକୁ ଅଧିକ ଶକ୍ତିଶାଳୀ କରିବା ଓ ସମସ୍ତ କ୍ଷେତ୍ରରେ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ଓ ଶିକ୍ଷାକୁ କ୍ଷେତ୍ରରେ ଆଗକୁ ବଢ଼ାଇବା ସଫଳ ହୋଇପାରିବ।
ପରେ ସମସ୍ତ ଅଧିକାରୀଙ୍କୁ ସଂପୂର୍ଣ୍ଣତା ଅଭିଯାନ ୨.୦ ଶପଥ ପାଠ କରାଇଛନ୍ତି।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ.ପ୍ରକାଶ ରାଓ ସମେତ ପିରାମଲ ଫାଉଣ୍ଡେସନର ଶ୍ରୀ ଦେବ ବ୍ରତ ଆଚାର୍ଯ୍ୟ ଓ ଶ୍ରୀୟାଶ୍ରୀ ରାଣୀ , ଆକାଂକ୍ଷା ବ୍ଲକ୍ ଫେଲୋ ଆର.ଉଦୟଗିରି ଶ୍ରୀ କାହ୍ନୁ ଚରଣ ପାଣିଗ୍ରାହୀ ଓ ଗୁମ୍ମା ବ୍ଲକର ବାପି କିଶୋର ଦିଗାଲ , ପିଏମ ସ୍କିଲ ଡେଭଲପମେଣ୍ଟ ଶ୍ରୀ ଦେବେନ୍ଦ୍ର କର ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.