ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସହର ବାରମାସୀ ଲେନ୍ ରେ ଅବସ୍ଥିତ ଗାଇଡ଼ାନ୍ସ ପବ୍ଲିକ୍ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ” ମେମୋରିଆ” ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ମହା ସମୋରୋହରେ ପାଳିତ ହେଇଯାଇଛି । ପ୍ରଥମ ପର୍ଯ୍ୟାୟ ଉଦଘାଟନ ଉତ୍ସବରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ବିଚାରପତି ତଥା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନିମାଇଁ ଚରଣ ପ୍ରଧାନ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁ ଓ ପ୍ରିନ୍ସିପାନ ଆଲୋକ କୁମାର କର ମଞ୍ଚାସିନ ଥିଲେ ଏବଂ ଏକାଡେମୀକ ଇନ୍ଚାର୍ଜ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠିତ ଉତ୍ସବରେ ପୂର୍ବ ପ୍ରାଥମିକ ଶ୍ରେଣୀ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି ଛାତ୍ର ଛାତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା । ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ସହିତ ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ‘ ବାଲ୍ୟ ବିବାହ ‘ ନିଷେଧ ଉପରେ ସଚତନତା କାର୍ଯ୍ୟକ୍ରମ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ତଥା ସମାପନ ଉତ୍ସବରେ ବିଦ୍ୟାଳୟ ଚେୟାରମ୍ୟାନ ଶ୍ରୀ ଅବିନାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଇ. ଦେବାଶିଷ ପଟ୍ଟନାୟକ ଯୋଗଦେଇ ଆଜିକା ଦିନରେ ଶିଶୁ ମାନଙ୍କୁ କେବଳ ଶିକ୍ଷା ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଅଭିଭାବକଙ୍କ ଉଦ୍ଦେଶ୍ୟରେ ତାଙ୍କ ମତାମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ପିଲା ମାନଙ୍କୁ ଚାପ ଗ୍ରସ୍ତ ନ କରି ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବ ଦେବାପାଇଁ ବକ୍ତବ୍ୟ ରଖିଥିଲେ ପରିଶେଷରେ ଏକାଡେମୀକ ଇନ୍ଚାର୍ଜ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଥମିକ ଶ୍ରେଣୀ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି ଛାତ୍ର ଛାତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଭୟ ପର୍ଯ୍ୟାୟର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପ୍ରତିଭା ଓ ଶିକ୍ଷକ ଅଶୋକ କୁମାର ରାଉତଙ୍କ ନିର୍ଦ୍ଦେଶିତ ନାଟକ ‘ ମା ଓ ମମତା ‘ ଯାହାକି ଆଜିର ସମାଜ ପାଇଁ ଏକ ଦିଗଦର୍ଶନ ଥିଲା ଏବଂ ପ୍ରତ୍ୟେକ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା ଏବଂ ନୃତ୍ୟ ନାଟିକା ‘ ଚକୁଳିଆ ପଣ୍ଡା ଓ କାଳୀୟ ଦଳନ ‘ ଦର୍ଶକଙ୍କ ହୃଦୟରେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରେମ ଓ ଆଧ୍ୟାତ୍ମିକତା ଭରି ଦେଇଥିଲା । ବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଳ୍ପନା ଭଦ୍ର ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବ ‘ ମେମୋରିଆ ‘ ସଫଳତା ସହ ସମ୍ପନ୍ନ ହୋଇ ଯାଇଅଛି ।
Sign in
Sign in
Recover your password.
A password will be e-mailed to you.
Prev Post