କେନ୍ଦୁଝର,ତା୨/୨- ଆଦିବାସୀ ଝିଅଟି,ସେ ବି ସ୍ଵପ୍ନ ଦେଖିଥିଲା ସ୍ଵାମୀ, ସଂସାର କରି ସୁଖରେ ରହିବବୋଲି। ହେଲେ ବିଧିର କରୁଣ ବିଧାନ ଆଜକୁ ତିନିବର୍ଷ ହେବ ସ୍ଵାମୀ ଦୁରାରୋଗ୍ୟରେ ପଡ଼ି ଆରପାରିକୁ ଚାଲିଗଲେ। ସେ ତ ଚାଲିଗଲେ ହେଲେ ଦୁଇ ପିଲାଙ୍କ ଦାୟୀତ୍ଵକୁ ତାଙ୍କ ସ୍ତ୍ରୀ ହାତରେ ଦେଇ ଚାଲିଗଲେ। ବର୍ତ୍ତମାନ ଦୁଇ ପିଲାଙ୍କୁ ମଣିଷ କରିବାପାଇଁ ସେ ବିବାହିତା ଆଦିବାସୀ ମହିଳା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା ନିଶ୍ଚିତ ଅନ୍ୟପାଇଁ ଉଦାହରଣ ପାଲଟିଛି। ଘଟଗାଁ ବ୍ଲକ ଭୋଳବେଡ଼ା ପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ସାହିର ସ୍ଵର୍ଗତ କାଳୀ ଚରଣ ବିରୁଆଙ୍କ ସ୍ତ୍ରୀ ତୁଳସୀ (୩୪) ଆଜି ଆତ୍ମ ସ୍ବାଭିମାନୀ ଓ ସ୍ୱାବଲମ୍ବୀ ହୋଇ ଅଟୋ ଚଳାଇ ପିଲାଙ୍କୁ ମଣିଷ କରୁଛି। ଯେତେବେଳେ ଯିଏ ଯୁଆଡେ ଡାକିଲେ ସେ ଅଟୋ ନେଇ ଯାଉଛି। ପାଣିକୋଇଲି,ବାରିପଦା ଠାରୁ ଅନ୍ୟ ଜିଲାକୁ ସେ ନିଜ ଦାୟୀତ୍ଵରେ ଯାତ୍ରୀମାନଙ୍କୁ ନେଇ ଅର୍ଥ ରୋଜଗାର କରୁଛି।ପୁଅକୁ ଓ ଝିଅକୁ ପାଠ ପଢାଇବା ସହିତ ନିଜେ ବଞ୍ଚି ,ଶାଶୁଙ୍କୁ ଦେଖାଶୁଣା କରୁଛି ଓ କିଛି ଅର୍ଥ ସଞ୍ଚୁଛି। ସେ ମୁଣ୍ଡା ସମ୍ପ୍ରଦାୟର ଝିଅ ତାର କଥାବାର୍ତ୍ତା,ବ୍ୟବହାର ଅନେକ ମାର୍ଜିତ। ସ୍ଵାମୀ ଚାଲିଗଲା ପରେ ଆଖିର ଲୁହକୁ ଓଠରେ ପିଇ ଘର କୋଣରେ ନ ରହି ନିଜ ଜୀବନ ସହିତ ସଂଘର୍ଷ କରୁଛି। ଦୈନିକ ଯାହା ରୋଜଗାର ହେଉଛି ଖୁସିରେ ପରିବାର ଚଳୁଛି। ପାଠ ମଧ୍ଯ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି ତେଣୁ ହିସାବପତ୍ର କରିବାରେ କିଛି ଅସୁବିଧା ହୁଏନି। ଜୀବନରେ ଲକ୍ଷ ପିଲାମାନଙ୍କୁ ମଣିଷ କରିବା ଏବେ ଲକ୍ଷ୍ୟ ହୋଇପଡିଛି। କେବେକେବେ ଯେଉଁ ଯାତ୍ରୀ ଭଡା ବାବଦରେ କମ୍ ପଇସା ଦେଲେବି ସେ ଖୁସିରେ ଗ୍ରହଣ କରନ୍ତି। ଜୀବନରେ ସୁଖ କରିବା ସମୟରେ ସ୍ଵାମୀ ଚାଲିଗଲେ ସେ କିନ୍ତୁ ଜୀବନ ଯୁଦ୍ଧରେ ହାରିନାହାନ୍ତି। ତେବେ ତାଙ୍କ ନାଁ ତୁଳସୀ ବିରୁଆ ସେ ତୁଳସୀ ପରି ପବିତ୍ର ସେ କଥା ସ୍ଥାନୀୟ ଲୋକ କୁହନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post