ପିଠା କାର୍ଯ୍ୟକ୍ରମରେ ଭୋକିଲା ରହିଲେ ଉପସ୍ଥିତ ବୃଦ୍ଧ ବୃଦ୍ଧା

0

ମେଲଛାମୁଣ୍ଡା କର୍ତ୍ତୃପକ୍ଷଙ୍କ ଖାମଖିଆଲୀ ଖାମଖିଆଲି  ମନୋଭାବ

   ମେଲଛାମୁଣ୍ଡା,(ମନୋଜ ଭୋଇ)– ରାଜ୍ୟ ସରକାର ପଂଚାୟତ ସ୍ତରରେ ନିଜର ଯୋଜନା ସବୁକୁ ଲୋକଙ୍କ ପାଖରେ ପହଂଚାଇବା ସହ ଳୋକାଭିମୁଖୀ କରିବା ପାଇଁ ପିଠା କାର୍ଯ୍ୟକ୍ରମର ଅୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପଂଚାୟତକୁ ଆବଶ୍ୟକ ପରିମାଣର ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମ ସବୁକୁ ତଦାରଖ ପାଇଁ ବ୍ଳକ ସ୍ତରରୁ ଜିଲ୍ଳା ସ୍ତରିୟ ଅଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଛନ୍ତି । ସରକାରଙ୍କ କଡା ତାଗିଦ ଥିବା ସତ୍ୱେ ଏବଂ ବ୍ଳକ ସ୍ତରୀୟ ଅଧିକାରୀଙ୍କ ଉପସ୍ଥତିରେ ମେଲଛାମୁଣ୍ଡା ପଂଚୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲୀ  ମନୋଭାବ ଯୋଗୁ କାର୍ଯ୍ୟକ୍ରମକୁ ଆସିଥିବା ଶତାଧିକ ଜନସାଧାରଣ ସହ ବୃଦ୍ଧ ବୃଦ୍ଧା ଭୋକରେ କଳ ବଳ ହେବା ସହ ଘରକୁ ଫେରିଯାଇଥିବାର ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମରେ ଖାଦ୍ୟର ଅଭାବକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଉତେଜନ ପ୍ରକାଶ ପାଇବା ସହ ପଂଚାୟତ କତୃପକ୍ଷଙ୍କୁ ଭର୍ସନା କରିବାକୁ ଜନସାଧାରଣ ପଛେଇ ନାହାନ୍ତି । ପଂଚାୟତ କତୃପକ୍ଷ ଯଦି ଲୋକଙ୍କୁ ଭାତ ଗଣ୍ଡେ ଠିକ ସେ ଦେଉ ନାହାନ୍ତି ତେବେ ସରକାରୀ ଯୋଜନା ସବୁ ଲୋକଙ୍କ ପାଖରେ କିଭଲି ପହଂଚାଯାଉଛି ତାହା ସମୟରେ ଅନୁମେୟ ବୋଲି ପ୍ରକାଶ କରିଥିଲେ । ଏପରିକି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବୀ କରିଥିଲେ । ପ୍ରାପ୍ତସୂଚନାନୂସାରେ ସୋମବାର ମେଲଛାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ପିଠା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଂଚାୟତର ସମସ୍ତ ଗ୍ରାମର ଜନସାଧାରଣ ସମେତ ଭତା ପାଉଥିବା ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ଉପସ୍ଥିତ ପାଇଁ ଅନୁରୋଧ କରାଯାଇଥିଲେ । ବୃଦ୍ଧ ବୃଦ୍ଧା ଆଗ୍ରହର ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଭା ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ସଭାରେ ସେମାନଙ୍କୁ ଭତା(ପେନସନ) ତ ଦିଆଗଲାନା ତା ବଦଳରେ ଖାଇବା ପାଇଁ ଭାତ ଗଣ୍ଡେ ମଧ୍ୟ ପାଇପାରିଲେନି । ରୋଷେଇ ଶାଳରେ ଭାତ ନ ଥିବାରୁ  ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଶହ ଶହ ଲୋକ ନିଜ ନିଜ ଘରକୁ ଫେରିଯାଇଥିଲେ । ସକାଳ ୯ଟାରୁ ଆସି ଦିନ ୨ଟା ପର୍ଯ୍ୟନ୍ତ ଅଟକି ଥିବା ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା ଭୋକରେ ସାଂଘାତିକ ହୋଇଯାଇଥିଲା । ପଂଚାୟତ କତୃପକ୍ଷ ଯେତିକି ମଧ୍ୟ ଭାତ ରାନ୍ଧିଥିଲେ ତାହା ୧୫ ମିନିଟରେ ସରିଯାଇଥିଲା । ପରିସ୍ଥତି ଏପରି ହୋଇଥିଲା ଯେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଏବିଡିଓ ସନୁ ବାଗ ଓ ଯୋଗାଣ ନିରୀକ୍ଷକ ଆଡବାଙ୍କ ବାବୁ ଲୋକଙ୍କ ଅଭିଯୋଗକୁ ପରଖିବା ପାଇଁ ରନ୍ଧା ଶାଳକୁ ପହଂଚି ଭାତ ହାଣ୍ଡି ଖାଳି ପଡିଥିବା ଦେଖି ନିରୁତର ହୋଇଯାଇଥିଲେ । ଖାଦ୍ୟ ପେୟରେ ଅବ୍ୟବସ୍ଥାକୁ ନେଇ ପଂଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ଅରୁଣ ସାହୁଙ୍କୁ ପଚରାଯିବାରୁ ରୋଷେଇରେ ଅଧିକ ପ୍ରକାର ଆଇଟମ  ପ୍ରସ୍ତୁତ କରାଯାଇଥିବାରୁ ପର୍ଯ୍ୟାପ୍ତ ପରିମାଣର ଭାତ ପ୍ରସ୍ତୁତି ପାଇଁ ସମୟ ମିଳି ପାରିଲା ନାହିଁ ବୋଲି ପ୍ରକାଶ କରିଥିବା ବେଳେ ସରପଂଚ ସୁନୀତା ବରିହା ପୁଣି ଭାତ ରନ୍ଧାଚାଲିଥିବା ପ୍ରକାଶ କରିଥିଲେ । ଏ ସଂପର୍କରେ ଏବିଡିଓ ସନୁ ବାଗଙ୍କୁ ପଚରାଯିବାରୁ ସମସ୍ତ ଘଟଣା ତ ଦେଖୁଛି ଆଉ କଣ କହିବି ବୋଲି ପ୍ରକାଶ କରିଥିଲେ ।        

Leave A Reply

Your email address will not be published.