ଅଟଳ ବିହାରୀ ମହାବିଦ୍ୟାଳୟ ର 61 ତମ ବାର୍ଷିକ ଉତ୍ସବ।

0 2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିଷ୍ଠିତ ଅଟଳ ବିହାରୀ ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ।ଦୀର୍ଘ ଛଅ ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଜ୍ଞାନର ଆଲୋକ ବିଛୁରିତ କରିଆସୁଛି।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଜିର ଯୁବପିଢ଼ି ଶିକ୍ଷା ସହ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାର ପ୍ରଗତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ମହୋଦୟ। ମୁଖ୍ୟ ବକ୍ତା ଭାବେ ଡ ଅପର୍ଣ୍ଣା ମହାନ୍ତି ଯୋଗ ଦେଇ ଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଚିନ୍ମୟୀ ସେନାପତି ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ବିଜୟ ଅଗସ୍ତି ମଞ୍ଚ ସଂଯୋଜନା କରିଥିଲେ।

Leave A Reply

Your email address will not be published.