ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବଡ ଓଲମା ଆଶ୍ରମ ବିଦ୍ୟାଳୟ ରେ କାର୍ଯ୍ୟରତ ଗଣ ଶିକ୍ଷକ ଲମ୍ବୋଦର ଭତରା ଙ୍କ ଶାରୀରିକ ଅସୁସ୍ଥତା କାରଣରୁ ଗତ ୨୩ ଜାନୁଆରୀ ସରସ୍ଵତୀ ପୂଜା ଦିନ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ବର୍ଷ ଧରି ଗଣ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ଲମ୍ବୋଦର ଭତରା ନିୟମିତ ଶିକ୍ଷକ ହୋଇ ନ ଥିବା ବେଳେ ତାଙ୍କ ପରିବାରକୁ ଆଜି ବ୍ଲକ ଏକ୍ସ କେଡେର ଶିକ୍ଷକ ସଂଘ ତରଫରୁ ସମବେଦନା ସହ ଆର୍ଥିକ ସହାୟତା ଓ ଜରୁରୀ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। କିଛି ଦିନ ହେଲା ଶିକ୍ଷକ ଲମ୍ବୋଦର ଭତରା ଶାରୀରିକ ଅସୁସ୍ଥତା ଥିଲେ। ମୃତ ଶିକ୍ଷକ ଙ୍କ ସ୍ତ୍ରୀ, ଗୋଟିଏ ଝିଅ ସହ ଦୁଇଟି ପୁଅ ରହିଛନ୍ତି । ଦୁଇ ବର୍ଷ ତଳେ ଝିଅ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଦ୍ଧା ଆର୍ଥିକ ସ୍ଥିତି ଖରାପ ଥିବାରୁ ଝିଅ ର ପାଠ ପଢାରେ ଡୋରି ଲାଗିଥିଲା। ଉଚ୍ଚ ଶିକ୍ଷା କରିବାକୁ ପ୍ରବଳ ଇଚ୍ଛା ଶକ୍ତି ଥିଲେ ସୁଦ୍ଧା ଆର୍ଥିକ ସ୍ଥିତି ଖରାପ ଯୋଗୁ ଝିଅ ବେକାର ହୋଇ ବର୍ତ୍ତମାନ ଘରେ ରହିଥିବା ବେଳେ ଦୁଇ ପୁଅ ପାଠ ପଢୁଥିବା ଜଣା ପଡ଼ିଛି। ଡାବୁଗାଁ ବ୍ଲକ ଜବାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଲବେଡା ଗ୍ରାମର ଲମ୍ବୋଦର ଭତରା ନିୟମିତ ଶିକ୍ଷକ ହୋଇ ନ ଥିବାରୁ ଆର୍ଥିକ ସ୍ଥିତି ଖରାପ ରହିଛି। ତେବେ ଜଣେ ମାତ୍ର ରୋଜଗାର କରିଥିବା ବାପା ଙ୍କ ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପରିବାର ଚଳାଇବା ମା ଙ୍କ ପାଇଁ କଷ୍ଟକର ବ୍ୟାପାର ସାଜିଛି। ଆଜି ମୃତ ଗଣ ଶିକ୍ଷକ ଲମ୍ବୋଦର ଭତରା ଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ସମୟରେ ଡାବୁଗାଁ ବ୍ଲକ ଏକ୍ସ କେଡେର ଶିକ୍ଷକ ସଂଘ ସଭାପତି ବଲ୍ଲଭ ନାରାୟଣ ପଣ୍ଡା, ନରସିଂହ ମାଝୀ, ଜିତେନ୍ଦ୍ର ମାଝୀ, ଦୁର୍ଗା ପ୍ରସାଦ ରଥ, ପ୍ରଦୀପ ପାଢୀ, ରବି ପ୍ରଧାନ, ଡମୁନା ମେହେର, ଉଦ୍ରନ ଭତରା, ଶୁଭେନ୍ଦୁ ଦାସ, ଆଶାରାମ ହରିଜନ, ସମୁଦୁ ଗଣ୍ଡ, ବକଚାନ୍ଦ ମାଝୀ, ଦଶମନ୍ତ୍ ମାଝୀ ଓ ଧର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.