ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୨/୨୬ ଡାବୁଗାଁ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଟିଚର ପ୍ରୀମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ରାଇଘର ଟିଚର ଦଳ ଝରିଗାଁ ଟିଚର ଦଳ କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ରାଇଘର ଟିଚର ଦଳ ନିର୍ଦ୍ଧାରିତ ଓଭର ରେ ୭୭ ରନ କରିଥିବା ବେଳେ ଝରିଗାଁ ଟିଚର ଦଳ ନିର୍ଦ୍ଧାରିତ ଓଭର ରେ ମାତ୍ର ୪୭ ରନ କରି ୩୦ ରନ ବ୍ୟବଧାନରେ ପରାଜିତ ହୋଇଥିଲେ। ଡାବୁଗାଁ ରେ ପ୍ରଥମ କରି ଆୟୋଜିତ କରାଯାଇଥିବା ଜିଲ୍ଲା ସ୍ତରୀୟ ଟିଚର ପ୍ରିମିୟର ଲିଗ (ଟିପିଏଲ୍) ରେ ସ୍ଥାନୀୟ ଡାବୁଗାଁ ସହ ରାଇଘର,ଝରିଗାଁ, କୋଷାଗୁମୁଡା ,ଉମରକୋଟ,ଓ ତେନ୍ତୁଳିଖୁଣ୍ଟି ବ୍ଲକ ଟିଚର ଦଳ ଭାଗ ନେଇଥିଲେ।ଉଭୟ ଭାଇଚାରା ଓ ସଦ୍ ଭାବନା ବୃଦ୍ଧି ସହ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରଥମ ଥର ଏହି ଲିଗ୍ ଆରମ୍ଭ କରାଯାଇଛି। ରାଇଘର ଟିଚର ଦଳ ର ଧନେଶ୍ଵର ମହନ୍ତ ଉଭୟ ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପୁରସ୍କାର ପାଇଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭଗବାନ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ,ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଚାମ୍ପିଅନ ରାଇଘର ଦଳ ତଥା ଉପ ବିଜେତା ଝରିଗାଁ ଦଳ କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ସିଲ୍ଡ ଦେଇ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ ରେ ଅମ୍ପାୟର ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଓ ଶିକ୍ଷକ ଲକ୍ଷ୍ମୀକାନ୍ତ ମାଝୀ କରିଥିବା ବେଳେ ସ୍କୋରର ଭାବେ ଅନିଲ କୁମାର ନାୟକ ଓ ଭାସ୍ୟକାର ଭାବେ ସବ୍ୟସାଚୀ ପଧାନ ଧାରା ବିବରଣୀ ଦେଇଥିଲେ। ଡାବୁଗାଁ ବ୍ଲକ ଟିଚର ସଂଘର ସପନ, ସମର, ଲକ୍ଷ୍ମୀକାନ୍ତ, ସବ୍ୟ, ଦିପକ, ରବି, ଗାନ୍ଧି, ନିଗମ ଓ ଦେବ ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post