ଝାରସୁଗୁଡାରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

0

 ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) ଜାମ୍ମୁ କାଶ୍ମୀରର ପୁଲବାମା  ଠାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ ଯବାନ ସହିଦ  ହେବ ଘଟଣାରେ  ପ୍ରତିବାଦ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଡାକରାରେ ଜାରି  ବାର ଘଣ୍ଟିଆ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ଝାରସୁଗୁଡ଼ାରେ ସଫଳ ହୋଇଛି। ଝାରସୁଗୁଡାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନ ବାହନ ଚଳାଚଳ ସ୍ବାଭାବିକ ଥିଲା। ଝାରସୁଗୁଡା ବଣିକ ସଂଘର ସଭାପତି ପୁଲବାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ ଯବାନ ସହିଦ ହେବ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପାକିସ୍ଥାନର ଏଭଳି ଅମାନବିକ କାର୍ଯ୍ୟକୁ ନିନ୍ଦା କରିଥିଲେ |  ପାକିସ୍ତାନ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। 

Leave A Reply

Your email address will not be published.