ବାସୁଦେବପୁର -ସମଗ୍ର ଭାରତ ବର୍ଷରେ ଜାତୀୟ କଂଗ୍ରେସ ଡୁବି ଯାଉଥିବା ନେଇ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମ ରେ ଚର୍ଚ୍ଚା ଚାଲିଥିଲା ବେଳେ ତାର ଏକ ଭିନ୍ନ ପ୍ରତିଛବି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ରେ। ଓଡ଼ିଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଙ୍କ ଆହ୍ବାନ ରେ ଆଜି ବାସୁଦେବପୁର ରକ୍ତତୀର୍ଥ ଇରମ ଠାରୁ ବାସୁଦେବପୁର ବଜାର ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ଗାନ୍ଧୀ ପଥେ ଓଡ଼ିଶା ର ପଦଯାତ୍ରା । ନେତୃତ୍ୱ ନେଇଥିଲେ ବାସୁଦେବପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ର ଉପନେତା ବିଧାୟକ ଅଶୋକ କୁମାର ଦାସ । ସେଦିନ ଥିଲା 1948 ମସିହା ଜାନୁଆରୀ ୩୦ ତାରିଖ ଜାତିର ପିତା ଏବଂ ସମଗ୍ର ବିଶ୍ୱ ର ଅହିଂସା ର ପ୍ରତିକ ମହାତ୍ମା ଗାନ୍ଧୀଙ୍କୁ ଧର୍ମୀୟ ଚିନ୍ତାଧାରା ନେଇ ଆତତାୟୀ ଙ୍କ ଗୁଳି ରେ ଶିକାର ହେବାପାଇଁ ପଡିଥିଲା।ଜିବନ୍ତ ଶରୀର ମାଟିରେ ଲୋଟିବା ପୂର୍ବରୁ ତାଙ୍କ କଣ୍ଠରୁ ଶୁଭିଥିଲା (ହେ ରାମ!) ।ଆଜି ତାଙ୍କର ମହାପ୍ରୟାଣ ଦିବସ ରେ ଜାତୀୟ କଂଗ୍ରେସ ପକ୍ଷରୁ କରାଯାଇଥିଲା ଗାନ୍ଧୀ ପଥେ ଓଡ଼ିଶା ର ଏକ ବିଶାଳ ପଦଯାତ୍ରା । ସ୍ଵାଧୀନତା ସଂଗ୍ରାମ ର ପୀଠସ୍ଥଳ ରକ୍ତତୀର୍ଥ ଇରମ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ ତିରିଶ ହଜାର ରୁ ଉର୍ଦ୍ଧ ଆବାଳ ବୃଦ୍ଧ ବନିତା ସମସ୍ତ ଙ୍କ କଣ୍ଠରୁ ଶୁଭିଥିଲା ଭାରତ ମାତା କି ଜୟ ।ଅପର ପଟରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ କଂଗ୍ରେସ ର ମୁଖିଆ ଭକ୍ତ ଚରଣ ଦାସ ଙ୍କ ସହିତ ପୂର୍ବତନ ମୁଖିଆ ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳୀନି କାନ୍ତ ମହାନ୍ତି, ଭଦ୍ରକ କଂଗ୍ରେସ ବିଧାନସଭା ନେତା ଅସିତ୍ କୁମାର ପଟ୍ଟନାୟକ ଓ ରାଜ୍ୟ ଦଳିତ କଂଗ୍ରେସ ସଂଯୋଜକ ନେତା ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ବାସୁଦେବପୁର ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ଆଦିତ୍ୟ ଗିରି, ସୁବାସ ସନ୍ଧି ବିଗ୍ରହ, ବାସୁଦେବପୁର ନଗର ସଭାପତି ଭକ୍ତରଞ୍ଜନ ପଟ୍ଟନାୟକ,ବିଜୟ କୁମାର ମହାନ୍ତି, ସୁଶାନ୍ତ କୁମାର ମହାକୁଡ଼, ଅରୂପ ପାଢୀ, ମଞ୍ଜୁଲତା ପଣ୍ଡା, ସନ୍ତୋଷ କୁମାର ଦିକ୍ଷୀତ,ପରେଶ ଚାନ୍ଦ ପ୍ରମୁଖ ଙ୍କ ସହ ବାସୁଦେବପୁର ର ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ପୈରାଞ୍ଚଳ ର କାଉନସିଲର ମାନେ ନିଜର ସମର୍ଥକଙ୍କ ସହିତ ଏହି ପଦଯାତ୍ରା ରେ ଯୋଗଦେଇ ଥିଲେ।ଏହି ଅବସରରେ ରେ ବଢୁଥିବା ଶାସକ ଦଳ ବିଜେପି ର ଚାଷୀ ମାରଣ ନୀତି, ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ସ୍ମାର୍ଟ ମିଟର ନାଁ ରେ ଲଦି ଦିଆ ଯାଉଥିବା ବିଦ୍ୟୁତ ବିଲ୍, ପ୍ରଦ୍ୟୁଷଣ କୁ ଆଳ କରି ଆଦାନୀ ଓ ଆଦାନୀ ଙ୍କୁ ମାଫ୍ କରି ଦୁଇ ଚକିଆ ଯାନ ଉପରେ ଭାରି ମାତ୍ରାରେ ଜରିମାନା ଓ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ନିଯୁକ୍ତି କୁ ନେଇ କଂଗ୍ରେସ ନେତା ମାନେ ବର୍ଷି ଥିବା ବେଳେ କଂଗ୍ରେସ ର ଆଜିର ବିଶାଳ ପଦଯାତ୍ରା ବିଧାୟକ ଅଶୋକ କୁମାର ଦାସ ଙ୍କ ଦୃଢ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ।
Sign in
Sign in
Recover your password.
A password will be e-mailed to you.