ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା

3

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ଅନ୍ତର୍ଗତ ଡ଼େଙ୍ଗାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବରାଡ଼ଙ୍କ ଅବସର ଗ୍ରହଣ ପ୍ରରିପ୍ରେକ୍ଷୀରେ ଅବସରକାଳୀନ ସୃତି ସଭା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟ ସଭାପତି ମୁରଲୀଧର ବଡ଼ତ୍ୟାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଶିକ୍ଷକ ଗୌରହରି ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ବୈଠକକୁ ସଂଯୋଜନା କରିଥିଲେ l ଅନ୍ୟତମ ଅତିଥି ରୂପେ ଗ୍ରାମ ପରିଚାଳନା କମିଟି ସଭାପତି ବିପ୍ର ଚରଣ ନାୟକ, ଉପସଭାପତି ସନ୍ତୋଷ କୁମାର ମଲ୍ଲ, ପୂର୍ବତନ ସରପଞ୍ଚ
ଚନ୍ଦ୍ରଶେଖର ନାୟକ, ସମିତିସଭ୍ୟ ବିଭୁ ପାଦ ଜେନା, ନୂତନ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ସାହୁ, କ୍ରୀଡ଼ା ଶିକ୍ଷକ କୁଞ୍ଜ ବିହାରୀ ସ୍ୱାଇଁ, ବରିଷ୍ଠ ଶିକ୍ଷକ ବାଲ୍ମୀକି ପାଢ଼ୀ, ହିନ୍ଦୀ ଶିକ୍ଷକ ସୂର୍ଯ୍ୟ କାନ୍ତ ନାୟକ
ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବରାଡଙ୍କ ଦୀର୍ଘ ୩୮ ବର୍ଷର ନିଷ୍ଠାପର ସେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଶ୍ରୀ ବରାଡ଼ ଜଣେ କର୍ମନିଷ୍ଠ,ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରୂପେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅତି ପ୍ରିୟ ହୋଇପାରିଥିଲେ I ଆଜି ତାଙ୍କର କାର୍ଯ୍ୟକ୍ରମରେ ସମସ୍ତେ ଭାବ ବିହ୍ୱଳ ହୋଇପଡ଼ିଥିଲେ I ଶିକ୍ଷାବିତ ମୋତିଲାଲ ନାୟକ, ଅନନ୍ତ ପ୍ରଧାନ, ଗୋଲକ ବିହାରୀ ନାୟକ, ବିପ୍ର ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Leave A Reply

Your email address will not be published.