ନବରଙ୍ଗପୁର ତା ୩୧.୧.୨୦୨୬:ଅଶୋକ ସାହୁ,ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଜାତୀୟ ସଡକ ସୁରକ୍ଷା ମାସ ୨୦୨୬ ର ଉଦଯା ପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ନିଖିଳ ଉତ୍କଳ ଆଇନଜିବି ପରିଷଦ ଉପ ସଭାପତି ନୃସିଂହ ତ୍ରିପାଠୀ,ଡି ଏଲ ଏସ ଏ ସଭ୍ୟ ତଥା ଆଇନଜୀବୀ କିଶୋରୀ ପଟ୍ଟନାୟକ,ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ଡ଼ ପ୍ରିୟ ରଞ୍ଜନ ନନ୍ଦ, ଭାରତୀୟ ଜୀବନବୀମା ନିଗମ ନବରଙ୍ଗପୁର ଶାଖା ଅଧିକାରୀ ତୁଳସୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆବାହକ ତଥା ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ମାନ୍ୟବର ବିଧାୟକ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା ଓ ଡି ଏଲ, ଇନ୍ସୁରାନ୍ସ ସହ ଗାଡ଼ି ଚାଳନା କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଗାଡ଼ି ଚାଳନା ରେ ସବୁବେଳେ ସତର୍କ ରହିବା, ହେଲମେଟ, ସିଟଵେଲ୍ଟ ସହ ସୁରକ୍ଷିତ ଯାତ୍ରା କୁ ପ୍ରାଧାନ୍ୟ ଦେଇ କୌଣସି ଅନ୍ୟମନସ୍କତା କୁ ପ୍ରଶୟ ନ ଦେବା ପାଇଁ କହିଥିଲେ। ବରିଷ୍ଠ ଆଇନଜୀବି ନୃସିଂହ ତ୍ରିପାଠୀ ଦୁର୍ଘଟଣା କୁ ରୋକିବାକୁ ବିଶେଷ ସତର୍କ ଉପାୟ ଉପରେ କହିଥିଲେ। ଆଇନଜୀବୀ କିଶୋରୀ ପଟ୍ଟନାୟକ ମୋଟର ଭେହିକିଲ ଆକ୍ଟ ୧୯୮୮, ହିଟ୍ ଏଣ୍ଡ ରନ ଓ ଅନ୍ୟାନ୍ୟ ଦୁର୍ଘଟନା ସମ୍ଭନ୍ଧିୟ ଆଇନ ସହାୟତା ଉପରେ ବିଶେଷ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀ ଡ ନନ୍ଦ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ଉପରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ଅତିଥି ପୁରସ୍କୃତ କରିଥିଲେ।ସଡ଼କ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପହଞ୍ଚିବାକୁ ସହାୟତା କରିଥିବା ଗୁଡ ସାମାରିଟାନ୍ ତିଳ ଭତରା,ମିନୁ ହରିଜନ,ଦୁର୍ଯୋଧନ,ଆକାଶ ସା ମର୍ଥ,ଗଙ୍ଗାଧର ପାତ୍ର ଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଏବଂ ସାର୍ଟିଫିକେଟ ସହ ସମ୍ମାନୀତ କରାଯାଇଥିଲା।ଏହି ସମାରୋହରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ସଭ୍ୟ,ସଡ଼କ ସୁରକ୍ଷା ଅଧିକାରୀ ଉତ୍ତମ ରାଉତ,ଅଧିକ୍ଷଣ ଯନ୍ତ୍ରୀ( ରାସ୍ତା ଓ ଗୃହନିର୍ମାଣ ) କେ କନ୍ଧପାନି,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ଟ୍ରାଫିକ ସବ ଇନ୍ସପେକ୍ଟର ଅଭିନାସ ବଳ, ଡ୍ରାଇଭର ସଂଘ କର୍ମକର୍ତ୍ତା, ବସସଂଘର କର୍ମକର୍ତ୍ତା,ଗାଡ଼ି ଚାଳକ, ଆର୍ ସି ଡି ସ୍କୁଲର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.