ଝାରସୁଗୁଡାରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

0

ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର :ଜାମ୍ମୁ କାଶ୍ମୀର ପୁଲୱାନ। ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ  ପ୍ରତି ଝାରସୁଗୁଡା ଜିଲ୍ଲା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ନିରବ ପ୍ରାର୍ଥନା,କାଣ୍ଡେଲ ମାର୍ଚ୍ଚ,ମଶାଲ ଶୋଭାଯାତ୍ରା, କୁଶପୁତ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଘଟଣାର ତୀଵ୍ର ନିନ୍ଦା କରିବା ସହ ପାକିସ୍ତାନକୁ କଡା ଜବାବ ଦେବାକୁ ମତ ପ୍ରକାଶ କରିଥିଲେ। ଏପରି କି ଆଜି ସହର ସାରା ଭାରତ ମାତା କି ଜୟ ଓ ପାକିସ୍ତାନ ମୁରଦାବାଦ ର ଧ୍ୱନି ଶୁଣିବାକୁ ମିଳିଥିଲା।

Leave A Reply

Your email address will not be published.