ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):ତା. ୨୨.୦୧.୨୦୨୬ରିଖ ଦିନ କଳାହାଣ୍ଡି ଜିଲ୍ଲାର ଭବାନପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତାହ ବ୍ୟାପୀ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ସଚେତନତା ସହିତ ଆୟୋଜିତ ହୋଇଥିଲା। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶଇଲେନ୍ଦୁ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ୍ ନିଶା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ସମାଜ କଲ୍ୟାଣ ଅଧିକାରିଣୀ ସୁମିତା ଦେବୀ ତ୍ରିପାଠୀ, ପ୍ରଧାନଶିକ୍ଷକ ଦୀନକୃଷ୍ଣ ଜୋଶୀ, ଜିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ୍ ଏଟ୍ ଆକ୍ସନ ଦିବ୍ୟ ରଞ୍ଜନ ଯୋଷି, ଆଭା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବଦ୍ରି ପ୍ରସାଦ ସାହୁ ସହ ଜିଲ୍ଲା ମହିଳା ହବ୍ କର୍ମଚାରୀମାନେ ଉପସ୍ଥିତ ରହି ଶିଶୁ କନ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନେ ଶିଶୁମାନଙ୍କୁ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ବିଷୟରେ ସଚେତନ କରିବା ସହ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ରୋକଥାମ ପାଇଁ ଶକ୍ତ ବାର୍ତ୍ତା ଦେଇଥିଲେ। ଏହି ଅବସରରେ କଳା, ଶିକ୍ଷ୍ୟା, ଭାଷଣ, ନିବନ୍ଧ, ନୃତ୍ୟ ଓ ସଙ୍ଗୀତ ଭଳି ବିଭିନ୍ନ ସାଂସ୍କୃତିକ ଓ ସୃଜନାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଶିଶୁମାନଙ୍କର ପ୍ରତିଭାକୁ ପ୍ରକାଶ କରିଥିଲା।
କାର୍ଯ୍ୟକ୍ରମର ଶେଷରେ ପ୍ରତିଭାଶାଳୀ ଶିଶୁ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସାଂସ୍କୃତିକ ପ୍ରସ୍ତୁତି ସହିତ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.