ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ସପ୍ତଦଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ନାମ ଯଜ୍ଞ ପାଇଁ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି I ସୋମବାର ସକାଳ ସାତ ଘଣ୍ଟ ତିରିଶି ମିନିଟ୍ ସମୟରେ ଏହା ଉଦଯାପିତ ହେବ I ଏହି ଅବସରରେ ନିର୍ଦ୍ଧାରିତ ରୀତିନୀତି ମୁତାବକ ଗୁରୁବାର ଦିନ ଗ୍ରାମରେ ଏକ ଭବ୍ୟ ପରିବେଶ ମଧ୍ୟରେ କଳସ ଯାତ୍ରା ଏବଂ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଦିନ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବା ପରେ ଧରି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I ନାମଯଜ୍ଞ ସହିତ ଗ୍ରାମରେ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଛି I କୁମୁଣ୍ଡି ସମେତ ଗୋପନଗର ,ବଙ୍କା, ଲୁଣିପଡ଼ା, ବିଭୂତିଆ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶଗ୍ରହଣ କରି ଅଖଣ୍ଡ ମହାମନ୍ତ୍ର ପରିବେଷଣ କରୁଛନ୍ତି I ନାମାଚାର୍ଯ୍ୟ ରୂପେ ସୋରିଷମୂଳି ନୃସିଂହନାଥ ଆଶ୍ରମ ମହନ୍ତ ସୁଧାନନ୍ଦ ମହାରାଜ ଯୋଗ ଦେଇ ନାମଯଜ୍ଞର ରୀତିନୀତି ସମ୍ପାଦନ କରୁଛନ୍ତି I ପ୍ରତ୍ଯେକ ଦିନ ସନ୍ଧ୍ୟାରେ ନାମଯଜ୍ଞ ଦେଖିବା ସହିତ ପ୍ରସାଦ ସେବନ ପାଇଁ ନିକଟସ୍ଥ ଗୋପନଗର,ବିଞ୍ଝଗିରୀ,ବୋରୀ, ସିଂହମର୍ଦ୍ଦନ,ପାଲକଷଣ୍ଢା,ଗାଙ୍ଗପୁର ଗ୍ରାମ ସମେତ ଅନ୍ୟାନ୍ୟ ଗ୍ରାମ ଗୁଡିକରୁ ମଧ୍ୟ ଲୋକଙ୍କ ସୁଅ ଛୁଟୁଛି I କୁମୁଣ୍ଡି ବେଲଗୁଣ୍ଠା ବ୍ଳକ୍ ର ଏକ ଛୋଟିଆ ଉପାନ୍ତ ଗ୍ରାମ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରଚେ଼ଷ୍ଟାରେ ଦୀର୍ଘ ସତର ବର୍ଷ ଧରି ଆୟୋଜିତ ଏହି ଚବିଶ ପ୍ରହରୀ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ଏକତା ଏବଂ ସାଂସ୍କୃତିକ ଚିନ୍ତାଧାରାକୁ ଉପସ୍ଥାପିତ କରୁଥିବାରୁ ଅଞ୍ଚଳବାସୀ କୁମୁଣ୍ଡି ଗ୍ରାମବାସୀଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି I ଗ୍ରାମ୍ୟ କମିଟି, ସମସ୍ତ ଗ୍ରାମବାସୀ ଏବଂ ମାଆ ଠାକୁରାଣୀ ଯୁବକ ସଂଘର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି I
Sign in
Sign in
Recover your password.
A password will be e-mailed to you.