ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ: ତାରିଖ ୨୩/୧/26- ମାଲକାନଗିରି ଜିଲ୍ଲା ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ରେ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ସଂଘ ର ସଭାପତି ବାଲାରାଜୁ ପାଢ଼ି ଙ୍କ ତତ୍ତ୍ବାବଧାନ ରେ ପାଳିତ ହୋଇ ଯାଇଛି।
ଉକ୍ତ ସଭା ରେ ମୁଖ୍ଯ ବକ୍ତା ଉାବେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ବକ୍ତବ୍ଯ ଦେଇ କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଓଡିଶାର ଜଣେ ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ବିପ୍ଳବୀ ଥିଲେ। ସେ ୧୮୦୯ ମସିହା ରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରେଜମାନଙ୍କ ବିରୁଦ୍ଧରେ ଗୋରିଲା ଯୁଦ୍ଧ କରି ପ୍ରଥମ ପର୍ଯ୍ୟାୟରେ ୧୮୨୭ ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟ ରେ ୧୮୫୭ ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ମୋଟ ୨୦ ବର୍ଷ କାରା ବରଣ କରିଥିଲେ। ବାସ୍ତବିକ୍ ଇଂରେଜ ମାନେ ତାଙ୍କୁ ଭୟ କରୁଥିଲେ। ଶେଷ ଜୀବନରେ ସେ ଅସୀରଗଡ଼ ରେ ୨୮ ଫେବୃଆରୀ ୧୮୮୪ ରେ ଦେହତ୍ୟାଗ କରିଥିଲେ। ତାଙ୍କୁ ‘ସମ୍ବଲ ପୁରର ସିଂହ’ ବୋଲି ଆଖ୍ୟା ଦିଆଯାଇଥିଲା। ତାଙ୍କ ଭଳି ଯୋଦ୍ଧା ୧୦୦ ବର୍ଷରେ ଥରେ ଜନ୍ମ ହେବା ସମ୍ଭବପର ନୁହେଁ ବୋଲି କହିଥିଲେ। ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡିଶାର କଟକ ସହରର ଓଡ଼ିଆ ବଜାରରେ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଓ ପାଠ ପଢାରେ ସବୁବେଳେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ସେ ୧୯୨୦ ରେ ଆଇ ସି ଏସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ କିନ୍ତୁ ଭାରତରେ ଇଂରେଜ ଶାସନ ଓ ଅତ୍ୟାଚାରରେ ଅସହ୍ୟ ହୋଇ ମହାତ୍ମାଗାନ୍ଧିଙ୍କ ଅଧୀନରେ ଜାତୀୟ କଂଗ୍ରେସ ଅଧୀନରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।
ସେ ରହସ୍ୟମୟ ଭାବେ ‘ଜାପାନ’ ପହଞ୍ଚି ସେଠାରେ ୧୯୪୧ ରେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି ୧୮୪୩ ରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ତାର ସୁପ୍ରୀମ କମାଣ୍ଡର ହୋଇ ଥିଲେ। ସେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଇୱାନ ର ଏକ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ସମ୍ବାଦ ପ୍ରକାଶିତ ହେଲା କିନ୍ତୁ ଅଦ୍ୟାବଧି ଭାରତୀୟଙ୍କ ମନରେ ସେ ଅମର ହୋଇ ରହିଛନ୍ତି ବୋଲି କହିଥିଲେ।
ଅନୁରୂପ ସଂପାଦକ ଅଶୋକ କୁମାର ସାମଲ, ସଂଗଠନ ସଂପାଦକ ଜୀବନ କୁମାର ମହାନ୍ତି ବକ୍ତବ୍ଯ ପ୍ରଦାନ କରି ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ, ଉପଦେଷ୍ଟା ଶିବ ପ୍ରସାଦ ପାତ୍ର, ଗିରୀଧାରୀ ପାଣିଗ୍ରାହୀ, ନବ କୁମାର ସାହୁ, ଗଣେଶ ଚନ୍ଦ୍ର ଜେନା, ବାବାଜୀ ଚରଣ ସ୍ବାଇଁ , କେ. ଶିବ ଶଙ୍କର ପାତ୍ର, କାଳୀ ପ୍ରସାଦ ଚୌଧୁରୀ, ଜଗନ୍ନାଥ ତିଆଡ଼ି, ପୂର୍ଣ୍ଣ ଚନ୍ଦ୍ର ସାହୁ, ଏସ୍. ୱିରାସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଜୟ ହେବ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post