ବେଲଗୁଣ୍ଠାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଦଣ୍ଡନାଚ ନାଟ୍ୟ ପୁସ୍ତକ ପୂଜା ଅନୁଷ୍ଠିତ

2

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାରେ ଆଗାମୀ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦଣ୍ଡନାଚ ପାଇଁ ପ୍ରଥମ ସୋପାନର ଶୁଭାରମ୍ଭ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ତିଥିରେ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନାଟ୍ୟ ପୁସ୍ତକ ପୂଜା କାର୍ଯ୍ୟକ୍ରମ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ୪:୩୦ ମିନିଟ୍ ସମୟରେ ‘ଶ୍ରୀ ଶ୍ରୀ କବିଚନ୍ଦ୍ର ରୁଦ୍ରକାଳୀ ନାଟ୍ୟ ପରିଷଦ’ ପକ୍ଷରୁ ପରିଚାଳନା କମିଟି, ଦଣ୍ଡ କମିଟି ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଚନ୍ଦ୍ର କଳ୍ପେଶ୍ୱର ସ୍ୱାମୀଙ୍କ ମନ୍ଦିର ନିକଟରେ ଏକତ୍ରିତ ହୋଇ ମା’ କାଳୀ ଓ ପ୍ରଭୁ ଶିବଙ୍କୁ ଆରାଧନା କରିଥିଲେ। ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଖଦାଳ ସାହିସ୍ଥିତ କାଳୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେହିପରି ସନ୍ଧ୍ୟା ୬ ଟା ସମୟରେ ‘ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡ କାଳୀ ନାଟ୍ୟ ପରିଷଦ’ ତରଫରୁ ନାଟ୍ୟ ପୁସ୍ତକ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଟପଦାସ୍ଥିତ ଶ୍ରୀ ଲକ୍ଷ୍ମୀ ନୃସିଂହ ସ୍ୱାମୀଙ୍କ ତୋରଣ ନିକଟରୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଢୋଲ, ଝାଞ୍ଜ ଓ ତୁରୀର ଶବ୍ଦରେ ସମଗ୍ର ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।ବାଙ୍କ ବଜାର ଖଦାଳ ସାହି ଦଣ୍ଡ କମିଟିର ମନ୍ଦିର ପରିଚାଳନା କମିଟି ସଭାପତି କେ ଜିତେନ୍ଦ୍ର ସୁବୁଦ୍ଧି, ଦଣ୍ଡ ନାଚ ପରିଚାଳନା ମୁଖ୍ୟ ଲିଙ୍ଗରାଜ ପାତ୍ର, ଉପଦେଷ୍ଟା ଭି.ଦେବୀପ୍ରସାଦ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ର, କମିଟି ସଦସ୍ୟ ସନ୍ତୋଷ କୁମାର ସୁବୁଦ୍ଧି,ଭି.ସଞ୍ଜିବ୍ ପାତ୍ର,ରୁନା ପାତ୍ର,ସନ୍ତୋଷ କୁମାର ମହାନ୍ତି,ଭି.ସତ୍ୟ ନାରାୟଣ ପାତ୍ର,ଭବାନୀ ଶଙ୍କର ପଣ୍ଡା, ସୁନୀଲ ପାତ୍ର,କାର୍ତ୍ତିକ ନାୟକ,ଯୋଗେଶ ନାୟକ,ସୁରଜ୍ ନାୟକ, ପ୍ରଭାତ ନାୟକ,ଜଗା ନାୟକ,ସୀମା ନାୟକ, କାମ୍ପ ନାୟକ,ବାବି ପାତ୍ର ଉପସ୍ଥିତ ଥିଲେ। ସେହିପରି ପ୍ରଥମ ଦଣ୍ଡ ତଥା ଦଣ୍ଡକାଳୀ ନାଟ୍ୟ ପରିଷଦ ତରଫରୁ ସଭାପତି ଭାସ୍କର ପାତ୍ର,ସମ୍ପାଦକ ସୁଶାନ୍ତ ବେହେରା,ପରିଚାଳକ ଶଙ୍କର ବେହେରା, ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ,ସଞ୍ଜୟ ବେହେରା,କାଳିଆ ସାହୁ,କାଶୀନାଥ ସାହୁ,ବ୍ରଜେନ୍ଦ୍ର ପତି, ଶଙ୍କର ଦଳେଇ,ସୀମାଞ୍ଚଳ ସେଠୀ, ଜିତେନ୍ଦ୍ର ସେଠୀ ଉପସ୍ଥିତ ଥିଲେ ।ଏହି ଅବସରରେ କାର୍ଯ୍ୟକ୍ରମରେ ନଗରପାଳ ଫିରୋଜ କୁମାର ସେଠୀ, ସାଂସଦ ପ୍ରତିନିଧି ନାରାୟଣ ସାହୁ, ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ, ତୋଫାନ ସାହୁ, ନାରାୟଣ ପଣ୍ଡା, ସୁରେଶ ସୁବୁଦ୍ଧି,ବହୁ କାଉନ ସିଲର, ଙ୍କ ସମେତ ବହୁ କଳାପ୍ରେମୀ, ବୁଦ୍ଧିଜୀବୀ ଓ ବହୁ ସହରବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.