ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଓଢ଼ଣ ଉଲାଗି,

2

ଶ୍ରୀପଞ୍ଚମୀ ଠାରୁ ପ୍ରଭୁଙ୍କୁ ସାଧାରଣ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ,

ଓଡ଼ଗାଁ, ୨୩।୧ (ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରୀରଘୁନାଥଙ୍କର ମାନବୀୟ ଲୀଳା ଜୀବନଧାରା ସହିତ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ପ୍ରକୃତିର ଋତୁଚକ୍ର ପରିବର୍ତ୍ତନ ଅନୁସାରେ ମନୁଷ୍ୟର ଦୈନଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଯୁଗ ଯୁଗ ଧରି ଅବତରୀ ପୁରୁଷମାନେ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି, ତାକୁ କାଳକ୍ରମେ ଅନ୍ୟମାନେ ପାଳନ କରିଥାନ୍ତି । ସେହି ଅନୁସାରେ ଶୀତଋତୁର ପ୍ରବେଶରେ ଶୀତର ପ୍ରକୋପରୁ ଶରୀରକୁ ଉଷ୍ମତା ପ୍ରଦାନ ଲାଗି ଓଢଣ ଷଷ୍ଠୀ ତଥା ପ୍ରାବରଣ ତିଥୀ ଠାରୁ ମାଘଶୁକ୍ଲ ବରଦା ଚତୁର୍ଥୀ ୨ମାସ ଧରି ଶ୍ରୀଜିଉମାନେ ମୁଖମଣ୍ଡଳ ଛାଡି ସର୍ବାଙ୍ଗରେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଋତୁ ପରିବର୍ତ୍ତନର ସୁଚନା ଅନୁସାରେ ସରସ୍ବତୀ ପୂଜା ଶ୍ରୀପଞ୍ଚମୀ ଠାରୁ ଶ୍ରୀଜିଉମାନେ ପୁନଶ୍ଚ ଶ୍ରଦ୍ଧାଳୁମାନଙ୍କୁ ପୂର୍ଣ୍ଣ ବେଶ ବେଶରେ ଦର୍ଶନ ଦେଇଥାନ୍ତି। ତଦନୁଯାୟୀ ଆଜି ଶୁକ୍ରବାର ଶ୍ରୀପଞ୍ଚମୀ ଠାରୁ ଓଢଣ ଉଲାଗି କରାଯିବା ସହିତ ପ୍ରଭୁ ପୂର୍ଣ୍ଣ ରୂପରେ ଦର୍ଶନ ଦେଇଥିଲେ । ଭୋର ସାଢେ ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଞ୍ଚାମୃତସ୍ନାନ, ଦର୍ପଣୀସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଭାଗବତଜିଉ ପୂଜା, ବଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମରସେବା ପରେ ଶ୍ରୀଜିଉଙ୍କ ଘୋଢ଼ ଉଲାଗି ନୀତି ଅନୁଷ୍ଠିତ ହୋଇଥିଲା | ଆଜିର ପାଳିଆ ପୂଜକ ପଣ୍ଡା,  ପୂଜକ ପରିଷଦ କର୍ମକର୍ତ୍ତା ଓ ମନ୍ଦିର ପରିଚାଳକ ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.