କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ବରାହାଟିପୁରା ଠାରେ ୧୫୨ ପାବଚ୍ଛ ଉପରେ ପ୍ରଭୁ ନୀଳକଣ୍ଠେଶ୍ଵର ପୂଜା ପାଉଛନ୍ତି। ତାଙ୍କରି ପାଦ ଦେଶରେ ଐତିହାସିକ ମକରମେଳା ଜମୁଛି। ଏବେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ମିଡିଆ ହାଉସ୍। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ତଥା ଜାଗ୍ରତ ପ୍ରହରୀ ସାମ୍ବାଦିକ ମାନେ ଲୋକ ମାନଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ସେମାନଙ୍କର ସ୍ଵରକୁ ପ୍ରଶାସନ ନିକଟରେ ପହଞ୍ଚାଇବାର ପ୍ରଚେଷ୍ଟା ଜାରିରଖିଛନ୍ତି। ତତ ସହିତ ମେଳାରେ ସାଧାରଣ ଜନତାଙ୍କ ସହିତ ମିଡିଆ ହାଉସ ସମ୍ପର୍କ ଯୋଡୁଛି। ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ମଧୁରସମ୍ପର୍କ। ଢେଙ୍କିକୋଟ ସରକାରୀ ପଞ୍ଜୀକୃତ ପ୍ରେସ କ୍ଲବର ସଭାପତି କବିନ୍ଦ୍ର ରାଉତ, ସମ୍ପାଦକ ସଞ୍ଜୟ କୁମାର ସାହୁ, ସମେତ ତପନ କୁମାର ବେହେରା, ସଂଗ୍ରାମ ରାଉତ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ଅନ୍ୟାନ୍ୟ ସାମ୍ବାଦିକ ମାନେ ସହଯୋଗ କରିଆସୁଛନ୍ତି। ମିଡିଆ ହାଉସ ଯେ ସାଧାରଣ ଲୋକଙ୍କ ସ୍ଵର ଓ ସ୍ୱାର୍ଥ ପାଇଁ କାମକରୁଛି ତା ନୁହେଁ ଲୋକମାନଙ୍କୁ ସାହାଯ୍ଯ ଓ ସଚେତନତା ବି କରୁଛି। ଏପରି ପଦକ୍ଷେପ ଲାଗି ଲୋକେ ସାମ୍ବାଦିକଙ୍କୁ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.