ଭୋପାଳ / ବରଗଡ:- ୨୦୨୫ ବର୍ଷର ସମ୍ମାନଜନକ ଶ୍ରୀ ବୀରେନ୍ଦ୍ର ତିୱାରୀ ସୃଜନାତ୍ମକ ରାଷ୍ଟ୍ରଭାଷା ପୁରସ୍କାର ପାଇବା ପାଇଁ ଲେଖକ ଏବଂ ସ୍ତମ୍ଭକାର ଡ଼ ସୁଜିତ କୁମାର ପୃଷେଠ ମନୋନୀତ ହେଇଛନ୍ତି । ମଧ୍ୟ ପ୍ରଦେଶ ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ସ୍ଥାପିତ ଶ୍ରୀ ବୀରେନ୍ଦ୍ର ତିୱାରୀ ସୃଜନାତ୍ମକ ପୁରସ୍କାର ହିନ୍ଦୀ ଭାଷାରେ ଲିଖିତ ସୃଜନାତ୍ମକ ରଚନା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଏ । ଆଇ ଆଇ ଏମ ସମ୍ବଲପୁରର ପ୍ରଫେସର ଡ଼ ସୁଜିତ କୁମାର ପୃଷେଠ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ତଥା ଇଂରାଜୀ ଭାଷାରେ ଜଣେ ଉଚ୍ଚଚ୍କୋଟୀର ସୃଜନଶୀଳ ଲେଖକ । ଆଗାମୀ ଫେବୃଆରୀ ୭ ରେ ଭୋପାଳ ଠାରେ ପ୍ର ସୁଜିତ କୁମାର ପୃଷେଠ ଏହି ମର୍ଯ୍ୟାଦା ଜନକ ପୁରସ୍କାର ସହ ୨୧ ହଜାର ଟଙ୍କା, ପ୍ରଶସ୍ତି ପତ୍ର ମଧ୍ୟ ପ୍ରଦେଶ ରା ରାଜ୍ୟପାଳ ଙ୍କ ହାତରୁ ଗ୍ରହଣ କରିବେ ବୋଲି ମଧ୍ୟ ପ୍ରଦେଶ ରାଷ୍ଟ୍ର ଭାଷା ପ୍ରଚାର ସମିତି ତରଫରୁ ଅବଗତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.