ପରିବା ମାର୍କେଟ ନିକଟସ୍ଥ ନାଳରେ ପଡ଼ି ଜଣେ ମୃତ

2

 ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପରିବା ମାର୍କେଟକୁ ଲାଗିରହିଥିବା ନାଳରେ ପଡ଼ି ଜଣେ ମୃତ । ମୃତକ ଜଣକ ହେଲେ ଓଡ଼ଗାଁ ପାଟଣାର ପ୍ରମୋଦ ଜେନା (୬୩)। ଘଟଣାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟାରେ ପ୍ରମୋଦ ଜେନା ସାଇକେଲ ଯୋଗେ କୌଣସି କାରଣରେ ପରିବା ମାର୍କେଟ ନିକଟ ଆଡ଼କୁ ଯାଉଥିବା ବେଳେ ମଝିରେ ନାଳ ଉପରେ ଥିବା ବ୍ରିଜ୍ ଗାଡ ଓ୍ବାଲରେ ଗୋଡଦେଇ ଅଟକିବାକୁ ଚେଷ୍ଟା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଗଭିର ନାଳ ମଧ୍ୟକୁ ଖସିପଡିଲେ। ସଂଗେସଂଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.