ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଆଜି ବେଲଗୁଣ୍ଠା ପଲ୍ଲୀ ଏବଂ ନେଟଙ୍ଗା ମଣ୍ଡଳର ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଲ୍ଲୀ ସଭାପତି ରାଧାକୃଷ୍ଣ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ନେଟଙ୍ଗା ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଜିଲ୍ଲା ପ୍ରତିନିଧି କୁଞ୍ଜବିହାରୀ ମହାନ୍ତି, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ,ମଣ୍ଡଳ ଉପସଭାପତି ରାମଚନ୍ଦ୍ର ବାରିକ, ମଣ୍ଡଳ ସମ୍ପାଦକ ବାଲ୍ଯ ସ୍ୱାଇଁ, ମଣ୍ଡଳ ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ପରିଡ଼ା, ମଣ୍ଡଳ କୋଷାଧ୍ୟକ୍ଷ କୁନା ପରିଡ଼ା, ମଣ୍ଡଳ ସଂଗଠନ ସମ୍ପାଦକ ରଙ୍କନିଧି ସ୍ୱାଇଁ,ପଲ୍ଲୀ ସଦସ୍ୟ ମଦନ ମୋହନ ମହାନ୍ତି, ପଲ୍ଲୀ ଉପସଭାପତି ଲୋକନାଥ ରାଉତ, ପଲ୍ଲୀ ସମ୍ପାଦକ ଶିବରାମ ପରିଡା, ପଲ୍ଲୀ ସଦସ୍ୟ ପ୍ରଦିବି କୁମାର ଜେନା, ସୁଶାନ୍ତ ରାଉତ, ପ୍ରମୁଖ ଉପସ୍ଥିତ ରହି ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ I ଏହି କାଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାମ୍ବାଦିକ ମନୋଜ କୁମାର ପାତ୍ର,ଏହି ଅବସରରେ ଆଗାମୀ ଦିନରେ ସମାଜର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ଏବଂ ଏହାର କାର୍ଯ୍ୟକାରିତା ଦିଗରେ ଆଲୋଚନା ହୋଇଥିଲା I
Sign in
Sign in
Recover your password.
A password will be e-mailed to you.