ରାଜଗାଙ୍ଗପୁର ରେ ରାଜ୍ୟ ରାଜପଥ -(୧୦)କୁ ଅବରୋଧ -ଜମି ଅଧିଗ୍ରହଣ ମାମଲା

2

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସିମେଣ୍ଟ ଭାରତ ଲିମିଟେଡ଼ ଦ୍ବାରା ନିଜ ଖଣି ସମ୍ପ୍ରସାରଣ ନାମରେ ଲାଞ୍ଜିବେର୍ଣା ଅଞ୍ଚଳରେ ବେଆଇନ ଭାବେ ଜମି ଅଧୂଗ୍ରହଣ କରାଯାଉଥିବା ଅଭିଯୋଗକୁ ନେଇ ଆଜି ଆନ୍ଦୋଳନ ଦେଖାଯାଇଛି। ପ୍ରଶାସନ ସହ ହାତ ମିଳାଇ ଜୋର-ଜବରଦସ୍ତ ଭାବେ ଆଦିବାସୀଙ୍କ ଜମି ଅଧୂଗ୍ରହଣ କରାଯାଉଥିବା ବିରୋଧରେ ଫୋରମ ଫର ଗ୍ରାମସଭା କମିଟି ପକ୍ଷରୁ ଶତାଧୁକ ଆଦିବାସୀ ଆଜି ଝଗରପୁର ଠାରେ ରାଜ୍ୟ ରାଜପଥ— ୧୦ କୁ ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଫଳରେ ଦୀର୍ଘ ୧୨ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ ଠପ ହୋଇପଡ଼ିଥିଲା। ଦୁଇ ପାର୍ଶ୍ବରେ ଶତାଧୂକ ଯାନବାହନ ଅଟକି ରହିଥ‌ିବା ବେଳେ ସାଧାରଣ ଲୋକମାନେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଦିବାସୀମାନେ ଅଭିଯୋଗ କରି କହିଛନ୍ତି ଯେ, ଗ୍ରାମସଭାର ସମ୍ମତି ବିନା, ପେସା ଆଇନକୁ ଉଲଂଘନ କରି ତାଙ୍କର ପୈତୃକ ବେ ଅ । ଇ ନ ଭାବେ ଦଖଲ କରାଯାଉଛି । 3 ପ୍ରତିବାଦରେ ଦୀର୍ଘ ସମୟ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ କେହି ମଧ୍ଯ ଘଟଣା ସ୍ଥଳକୁ ଆସିନଥିଲେ, ଯାହା ନେଇ ଆନ୍ଦୋଳନକାରୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଆଦିବାସୀମାନଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଆଦିବାସୀଙ୍କ ଜମି ଫେରସ୍ତ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆଦିବାସୀଙ୍କ ନ୍ୟାୟସଙ୍ଗତ ଦାବି ପାଇଁ କଂଗ୍ରେସ ଦଳର ସମ୍ପୂର୍ଣ ସମର୍ଥନ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ। ପ୍ରଶାସନର ନିଷ୍କ୍ରିୟତା ଓ ଆଲୋଚନାକୁ ଏଡ଼ାଇ ଯିବା ମନୋଭାବ ଆଦିବାସୀଙ୍କ ମଧ୍ୟରେ ଆକ୍ରୋଶକୁ ଆହୁରି ବଢ଼ାଇଛି । ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ସଚେତନ କରାଇଛନ୍ତି ।

Leave A Reply

Your email address will not be published.