ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକଙ୍କ ତତ୍ବାବଧାନରେ ଓଡ଼ଗାଁ ବନ କର୍ମଚାରୀ ଚେମେଡ଼ି ପଟୁ ବାଘୁଆ ଛକ ଆଡ଼କୁ ଆସୁଥିବା ଏକ କଞ୍ଚା ବାଉଁଶ ବୋଝେଇ ପିକ୍ଅପ୍ ଭ୍ୟାନକୁ ଅଟକାଇବା ବେଳେ ଗାଡ଼ି ଚାଳକ ସହିତ ଅନ୍ୟମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।ଘନ କୁହୁଡି ମଧ୍ୟରେ ସେମାନଙ୍କୁ ଧରିବା ସମ୍ଭବ ହୋଇପାରିଲା ନାହିଁ।ଫଳରେ ବନ କର୍ମଚାରୀ ନିଜ ଚେଷ୍ଟାରେ ବାଉଁଶ ବୋଝେଇ ପିକ୍ଅପ୍ ଭ୍ୟାନକୁ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଜବତ ଗାଡ଼ିର ନମ୍ୱର ଓଡି ୦୨ଡିକେ୨୩୨୬ ଏବଂ ୨୫ ଅଫ୍ ୨୦୨୫/୨୬ ଧାରା ୫୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।୧୮ ତାରିଖ ଭୋର୍ ସମୟରେ ବନରଖି ଦିପ୍ତିମୟୀ ରାଉତ,ସୌମ୍ୟ ରଞ୍ଜନ ଦଳେଇ,ସୁଧିର କୁମାର ଭୋଳ ପାଟ୍ରୋଲିଙ୍ଗ କରୁଥିବା ବେଳେ ସୂଚନା ପାଇ ବାଉଁଶ ବୋଝେଇ ପିକ୍ଅପ ଭ୍ୟାନକୁ ଜଗି ରହିଥିଲେ।ଭ୍ୟାନଟି ବାଘୁଆ ଛକ ନିକଟରେ ପହଞ୍ଚିବା କ୍ଷଣି ବନ କର୍ମଚାରୀ ଅଟକାଇ ଥିଲେ। ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଏବଂ ବନପାଳ ସରିତା ବରାଳ ଘଟଣା ସ୍ଥଳରେ ପହଞ୍ଚି ଜବତ ଗାଡ଼ିକୁ ଓଡ଼ଗାଁ କାର୍ଯ୍ୟାଳୟକୁ ଆଣିଥିଲେ।
Sign in
Sign in
Recover your password.
A password will be e-mailed to you.