ରାଜ୍ୟରେ ସାବାଡ଼ ହେବେ ଗୋ-ମାଫିଆ

2

ଆକ୍ସନମୋଡରେ ମୋହନ ସରକାର।

ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଦିନକୁ ଦିନ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂଚନା ଅନୁସାରେ କେନ୍ଦୁଝର ଏସପି ଙ୍କ ତତ୍ତ୍ଵାବଧାନରେ ପୋଲିସର ଏକାଧିକ ଦଳ ଏହି ଚଢାଉରେ ସାମିଲ ରହିଛନ୍ତି । ଚଢ଼ାଉରେ ୫ ଜଣ ଡେପୁଟି ଏସପି, ୨୫ ଇନ୍ସପେକ୍ଟର, ୩୬ ଏସ ଆଇ ଓ ଏ ଏସ ଆଇ ସମେତ ୧୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ। ଦିନକୁ ଦିନ ରାଜ୍ୟରେ ଗୋ ଚାଲାଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଭିଯାନରେ କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରା ଯାଉଥିବାର ସୂଚନା ମିଳିଛି । ଏହି କ୍ରମରେ କେନ୍ଦୁଝର ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ୪୭ ଟି ଟିମ୍ ରାଜ୍ୟର ୫ ଜିଲ୍ଲାର ୪୬ ଟି ସ୍ଥାନରେ ଚଢ଼ାଉ କରାଯାଇ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଗୋ ମାଫିଆଙ୍କ ଘରେ ଚଢ଼ାଉ କରୁଛି ପୋଲିସ । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରେଇ , ତେଣ୍ଟୋପୋଷି ଗ୍ରାମ ସହିତ ବିଶୋଇ ଥାନା ଅଞ୍ଚଳର ଗୋ ମାଫିଆଙ୍କ ଘରେ ଚଢ଼ାଉ ଜାରି ରଖିଥିବା ବେଳେ  କରଞ୍ଜିଆ,ଚଢ଼େଇଭୋଳ, ଝାରପୋଖରିଆ ଆଦି ସ୍ଥାନରେ ଗୋ ମାଫିଆଙ୍କ ଘର ଓ ଦୋକାନରେ କେନ୍ଦୁଝର ପୋଲିସ ଚଢ଼ାଉ ଜାରି ରଖିଛି । ତେବେ ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରେ ନଗଦ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଜବତ କରାଯାଇଥିବା ସୂଚନା ରହିଛି । ସେହିପରି ଝାରପୋଖରିଆ ଥାନା ଅନ୍ତର୍ଗତ ଘିଆଯୋଡ଼ି ଗ୍ରାମର ଜଣେ ଗୋରୁ ବ୍ୟବସାୟୀ ଙ୍କ ଘରେ ଚଢ଼ାଉ କରି ପ୍ରାୟ ନଗଦ ବତିଶି ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ୩.୭୨ ସୁନା ଗହଣା,୨.୫୦ ରୂପା,ଗୋଟିଏ ମହିନ୍ଦ୍ରା ଥାର ଚାରିଚକିଆ ଯାନ,ଗୋଟିଏ  ମଟର ସାଇକେଲ ଜବତ କରିଥିବା ବେଳେ ଦୁଇ ଗୋଟି ହାଇୱା ଓ ଗୋଟିଏ ମାହିନ୍ଦ୍ର ସ୍କର୍ପିଓ ର କାଗଜ ପତ୍ର କୁ ସିଜ୍ କରିଛି ପୋଲିସ। ଗୋରୁ ଅବୈଧ ପରିବହନ ,ଗୋରୁ ଚୋରି ଭଳି ଅପରାଧିକ କାର୍ଯ୍ୟରେ ଗୋ ମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ଚଢ଼ାଉ କରାଯାଉଥିବା ବେଳେ ମୋହନ ସରକାର ତଥା କେନ୍ଦୁଝର ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । 

Leave A Reply

Your email address will not be published.