କେନ୍ଦୁଝର,ତା୧୭/୧- ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ତା୧୪।୫।୨୦୨୪ରିଖରେ ଏକ ଦୁଷ୍କର୍ମ ଅପରାଧ ଘଟିଯାଇଥିଲା। ଅଅରାଧୀ ସୁଶାନ୍ତ ନାଏକ ଓରଫ ଗେଣ୍ଡା ଘରେ କେହି ନଥିବାର ସୁଯୋଗ ନେଇ ଗ୍ରାମର ଜଣେ ଦୃଷ୍ଟି ବାଧିତ ଯୁବତୀଙ୍କୁ ଜବରଦସ୍ତି ଘରୁ ଟେକି ନେଇ ନିକଟସ୍ଥ ହୁଡ଼ିରେ ଦୁଷ୍କର୍ମ କରିଥିଲା। ଏହିଘଟଣା ଜାଣି ଝିଅର ଭାଇ ଭାଉଜ ପାଟଣା ଥାନାରେ ଏତଲା ଦେଇଥିଲେ। ତେଣୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ (ଫାଷ୍ଟ ଟ୍ରାକ କୋର୍ଟ )ଙ୍କ ପାଖେ ଏହାର ବିଚାର ହୋଇ ୧୭ ସାକ୍ଷୀ ଓ ୨୦ ଦସ୍ତାବିଜ ବିବେଚନା ପରେ ମାନ୍ୟବର ବିଚାରପତି ମହୋଦୟ ଅପରାଧୀ ଗେଣ୍ଡାକୁ ଅପରାଧିକ ଅନୁପ୍ରବେଶ ଲାଗି ଆଇପିସି ୪୫୦ ଧାରାରେ ୭ ବର୍ଷ ସଶ୍ରମ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ପୁଣି ଏହା ଦେଇ ନ ପାରିଲେ ଆଉ ୨ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ। ପୁଣି ଦୃଷ୍ଟି ବାଧିତକୁ ଦୁଷ୍କର୍ମ ଲାଗି ଆଇପିସିର ୩୭୬ (୨)(ଏଲ୍) ଦଫାରେ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା କଲେ ଏହି ଅର୍ଥ ଦେଇ ନପାରିଲେ ପୁଣି ଅଧିକ ୬ ମାସ ସଶ୍ରମ ଜେଲ ଦଣ୍ଡଦେଶ ଆଦେଶ ଦେଇଛନ୍ତି। ପୁଣି ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ପୀଡ଼ିତା ଯୁବତୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଣ୍ଡ ପ୍ରଦାନ ପରେ ବୁଦ୍ଧିଜୀବୀ ମାନେ ଖୁସି ପ୍ରକଟ କରି ବିଚାର ବିଭାଗକୁ ସାଧୁବାଦ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପତିତ ପାବନ ନାଥ ଏହି ମାମଲା ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post