କେନ୍ଦୁଝର,ତା ୧୭/୧- ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନରେ ଆୟୋଜିତ ଦୁଇଦିନିଆ ପାଠ୍ୟଚକ୍ର ଶନିବାର ଉଦଯାପିତ ହୋଇଛି।ପ୍ରତିଷ୍ଠାନର ଅଧ୍ୟକ୍ଷା କଲ୍ୟାଣୀ ମାଝୀଙ୍କ ଅଧ୍ୟକ୍ଷତାରେ ରାଜଧାନୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପକ ଡ଼ ଅଜୟ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଧରଣୀଧର ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗ ମୁଖ୍ୟ ଶ୍ରୀ ଜଗନ୍ନାଥ କୁଅଁର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ।କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ, ଡି.ଆଇ.ଇ.ଟି ର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ ଅକ୍ଷୟ କୁମାର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସାଗରିକା ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରସିଂହ ମୁର୍ମୁ ଅତିଥି ପରିଚୟ ଦେଇଥିଲେ।ପାଠ୍ୟଚକ୍ର ବିଭାଗର ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଦେବସ୍ମିତା ଚକ୍ର ପାଠ୍ୟଚକ୍ରର ଉଦ୍ଦେଶ୍ୟ ଓ ସାରାଂଶ ଉପସ୍ଥାପନ କରିଥିଲେ ।ପ୍ରଥମ ଅଧିବେଶନରେ ବରିଷ୍ଠ ପ୍ରଶିକ୍ଷିକା ସାଂକ୍ଷୀ ସୋରେନ ଙ୍କ ସଂଯୋଜନାରେ ଚାରୋଟି ସଂନ୍ଦର୍ଭ ଓ ଦ୍ଵିତୀୟ ଅଧିବେଶନ ରେ ଚାରୋଟି ସଂନ୍ଦର୍ଭ ଉପସ୍ଥାପିତ ହୋଇଥିଲା।ଡଃ ଅଜୟ କୁମାର ସ୍ବାଇଁ ଏବଂ ଡଃ ଜଗନ୍ନାଥ କୁଅଁର ସଂଦର୍ଭ ଗୁଡିକର ମୂଲ୍ୟାୟନ କରିଥିଲେ।ପାଠ୍ୟଚକ୍ରରେ ପାଟଣା ବ୍ଲକର ରାମେଶ୍ବର ବାରିକ,ପ୍ରଶାନ୍ତ କୁମାର,ହାଟଡିହି ବ୍ଲକର କେଶବ ଚନ୍ଦ୍ର କର ଙ୍କର ସଂଦର୍ଭ ଶ୍ରେଷ୍ଠ ବିବେଚିତ ହୋଇଥିଲେ।ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ବରିଷ୍ଠ ପ୍ରଶିକ୍ଷକ ନରସିଂହ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।ସିଧା ପ୍ରସାରଣ ରେ ଶିକ୍ଷକ ପ୍ରଶିକ୍ଷକ ନୀଳାଦ୍ରି ବିହାରୀ ମହାପାତ୍ର ସହଯୋଗ କରିଥିଲେ।ଡି.ଆଇ.ଇ.ଟି କେନ୍ଦୁଝର ର ସମସ୍ତ ବରିଷ୍ଠ ପ୍ରଶିକ୍ଷକ/ପ୍ରଶିକ୍ଷିକା ସଞ୍ଜିତ କୁମାର ପ୍ରଧାନ,ତଦାସା ତଟିନୀ ପଣ୍ଡା, ଶିକ୍ଷକ ପ୍ରଶିକ୍ଷକ ବିବେକାନନ୍ଦ ନାୟକ,ଅମିତ କୁମାର ଗିରି,ସୁରେଶ କୁମାର ନାୟକ ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ଗୁରୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପାଠ୍ୟଚକ୍ର କୁ ସଫଳ ରୂପାୟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post