ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ରାଜମଣ୍ଡ୍ରି ଓ ବାପୁଜୀ କ୍ଲବ୍ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୮ ୱିକେଟ୍ ବିନିମୟରେ ୩୦୬ ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ରାଜମଣ୍ଡ୍ରି ଦଳ ୧୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ରାଜମଣ୍ଡ୍ରି ଦଳର ଆଜମ୍ ମହମ୍ମଦ ୨୫ବଲ୍ ରେ ୫୦ରନ୍ ସଂଗ୍ରହ କରିଥିଲେ। ସେହିପରି ଭୁବନେଶ୍ଵର ଦଳର ପ୍ରୟାସ ସିଂ ୫୫ ବଲରେ ୧୪୦ରନ୍ ଏବଂ ୩ ଓଭର ରେ ୨୨ରନ୍ ବିନିମୟରେ ଗୋଟିଏ ୱିକେଟ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡା. ସୌରଭ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ବୋରାସମ୍ବର କ୍ଲବ୍ ର ଜୟ ଗୋପାଳ ଭୋଇ, ମନିସ ପଧାନ ଓ ମହମ୍ମଦ ଗନ୍ନି ଯୋଗଦେଇ ଭୁବନେଶ୍ୱର ଦଳର ପ୍ରୟାସ କୁମାର ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଚୁଡ଼ାମଣି ପାଢ଼ୀ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ଅମରେଶ ବେହେରା ଓ ରିଙ୍କୁ ବରିହା ସ୍କୋରର, ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post