(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବାଳକ ଓ ବାଳିକା ବିଭାଗରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆରମ୍ଭ ହୋଇ ଯାଇଛି । ୫୦ ମିଟର, ୧୦୦ମିଟର ଦୌଡ଼, ଗଣିତ, ଶବ୍ଦ ଜ୍ଞାନ, ଲମ୍ବ ଡିଆ, ସଟ ଫୁଟ, ଦଉଡି ଡିଆ, ଅଖଦୌଡ଼, ଡିସକସ ଭଳି ବିଭିନ୍ନ କ୍ରୀଡା ଆୟୋଜନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ଜୋହନ ବଡ଼ଭୂୟାଁ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ । କ୍ରୀଡା ଶିକ୍ଷକ ଗୌତମ ମାଦେଲି, ରମାକାନ୍ତ ମିଶ୍ର, ଶଙ୍ଖର୍ଷଣ ମହାନ୍ତି, ଗଣେଶ ମହାପାତ୍ର, ରବୀନ୍ଦ୍ର ପଣ୍ଡା, ନନ୍ଦିନୀ ପଣ୍ଡା, ନମିତା ରଥ, କୈଲାସ ପାଣିଗ୍ରାହୀ, ଉମା ଶବର, ଶିଶୁ ସାଗର, ମନୋଜ ରଥ, ହରେକୃଷ୍ଣ ଗୌଡ଼, ଦେବେନ୍ଦ୍ର ନାୟକ ପ୍ରମୁଖ କ୍ରୀଡା ପରିଚାଳନା କରିଥିବା ବେଳେ ସପନ ଦାସ, ରାମଚନ୍ଦ୍ର ଗୌଡ଼, ଅନନ୍ତ ପାତ୍ର, ସୋମନାଥ ଗମାଙ୍ଗ ସହଯୋଗ କରିଥିଲେ ।ଆସନ୍ତା ୧୯-୦୧-୨୦୨୬ସକାଳ ୦୮ଘଟିକରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ଲୋକ ସମ୍ପର୍କ ଅଧିକାରୀ କହିଥିଲେ ।
Sign in
Sign in
Recover your password.
A password will be e-mailed to you.