ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପ୍ରତି ଡ଼ିଭାଇନ ଶିକ୍ଷା ଆବୁସ୍ଥାନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞଳି 

0

ବାରିପଦା(ଦିଲ୍ଲୀପ ମହାନ୍ତି)- ଜାମୁ କାଶ୍ମୀରର ପୁଲୱାମା ଅବନ୍ତିପୁରା ନିକଟ ଦୋହରା ରାଜମାର୍ଗର ଗୋରୀପୁରାଠାରେ ଗୁରୁବାର ପାକିସ୍ଥାନୀ ପୃଷ୍ଠପୋଷକତାରେ କାର୍ଯ୍ୟକରୁଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଦ୍ୱାରା ଆତ୍ମଘାତୀ ଆକ୍ରମଣରେ ସହିଦ୍ ହୋଇଥିବା ଦ୍ଭାରତୀୟ ସିଆରପିଏଫର ୪୪ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସଂଗେସଂଗେ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ସହିଦ୍ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏଥି ନିମନ୍ତେ ଫେବୃଆରୀ ୧୫ ଶୁକ୍ରବାର ସନ୍ଧ୍ୟା ୬.୪୫ ସମୟରେ ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଟ୍ରଷ୍ଟି ଇଂ ବିପ୍ଳବ ଭଞ୍ଜନ ବୁଗୁଡେ଼ଇଙ୍କ ନେତୃତ୍ୱ ଓ ମୟୂରଭଞ୍ଜ ଇଞ୍ଜିନିୟରିଂସ୍କୁଲର ଅଧ୍ୟକ୍ଷ ଇଂ ଧରମବୀର ବୁଗୁଡେ଼ଇଙ୍କ ସହଯୋଗରେ ଦୁଇଟି ଶିକ୍ଷା ଅନୁଷ୍ଠାନରୁ ବୀରପାକ୍ଷ ବେହେରା, ଶୁଭଶ୍ରୀ ସ୍ୱାଇଁ, ଝୁବରାଜ ବେହେରା, ତନ୍ମୟ ଦାସ, ରମା ହାଁସଦାଃ, ଅଙ୍କିତ କୁମାର ସାହୁ, ବିଶାଳ ହେମ୍ବ୍ରମ, ଅର୍ଜୁନ ବେହେରା, ରାହୁଳ ଦାସ, କାଳିଚରଣ ସେଠୀ, ସତ୍ୟନାରାୟଣ ମହାନ୍ତ, ସଞ୍ଜୟ ସାହୁ ପ୍ରମୁଖ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ହାତରେ ବିଭିନ୍ନ ପ୍ଲେକାଡର଼୍ ଧରି ଓ ସ୍ଲୋଗାନ ଦେଇ ମା ଅମ୍ବିକା ମନ୍ଦିର ପରିସରରୁ ଏକ କେଣ୍ଡେଲ ଶୋଭାଯାତ୍ରାରେ ବାହାରି ବଡ଼ଜଗନ୍ନାଥ ମନ୍ଦିର ବେଢ଼ା ନିକଟରେ ପହଁଞ୍ଚି ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ । ଏହି ସମୟରେ ମନ୍ଦିର ବେଢ଼ା ସହିତ ବାରିପଦା ବଡ଼ଦାଣ୍ଡ ଓ ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରାଇ ଦେଇଥିଲା । ସେହିପରି ଛାତ୍ରଛାତ୍ରୀମାନଙ୍କ ହୃଦୟରେ ଏକ ଅଗ୍ନିର ସ୍ଫୁଲିଙ୍ଗ ମଧ୍ୟ ବାହାରୁଥିବାର ପରିଲକ୍ଷିତ ହୋଇଥିଲା । ସତେ ଯେମିତି ସୀମାନ୍ତରେ ଶତ୍ରୁ ସହିତ ସମ୍ମୁଖୀନ ହେବାକୁ ଯାଉଛନ୍ତି । ସେହିପରି ଦେଶର ଏହି ସଂଙ୍କଟ କାଳରେ ଏକତା ବଜାୟ ରଖିବାପାଇଁ ବାରିପଦାର ରୋଟାରୀ କ୍ଲବ ସମ୍ମୁଖ ରାସ୍ତାରେ ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ମାନବ ଶୃଙ୍ଖଳ ତଥା ମହମବତୀ ଓ ସାମୂହୀକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ରୋଟାରୀ କ୍ଲବର ସଭାପତି ମନୋଜ ଦଳବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ  ଉକ୍ତ ଶ୍ରଦ୍ଧାଞଳି ସଭାରେ ଲାୟନ୍ସ କ୍ଲବ , ରୋଟାରୀ କ୍ଲବ , କଲ୍ୟାଣୀ ମହିଳା ସମିତି , ଶିରିଶବଣି ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ , ଉଇ ୮୩ , ୭୯ ପଲସ ,ମୟୁରଭଞ ସାହିତ୍ୟ ପରିଷଦ , ଇନର ହୁଇଲ କ୍ଲବ ,ଜିଲା ଓକିଲ ସଂଘ , ଇନ୍ଟାକ୍ , ମୟୁରଭଞ ପୁସ୍ତକମେଳା , ଗୋପବନ୍ଧୁ ସେବାଶ୍ରମ , ଜାତୀୟ ସେବାସଂସ୍ଥା , ବଣିକ ସଂଘ, ମାର୍ଚ୍ଚେଣ୍ଟ ଓ ଗାର୍ମେଣ୍ଟ ସଂଘ, ଜିଲା ସାମ୍ବାଦିକ ସଂଘ, ବିଜେଡ଼ି, ବିଜେପି ଓ ଜାତୀୟ କଂଗ୍ରେସ ପ୍ରମୁଖ ଅନୁଷ୍ଠାନ  ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ହଜାରେରୁ ଉଦ୍ଧ୍ୱର୍ ଜନସାଧାରଣ ସହିଦ୍ ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥଣା କରିଥିଲେ ।

 

 

Leave A Reply

Your email address will not be published.