କଟକ,ତା ୧୬.୦୧.୨୦୨୬ ରିଖ – ଚାଷୀମାନେ ସମାଜର ମେରୁଦଣ୍ଡ , ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ହିଁ ଆମେ ସମସ୍ତେ ଏଠାରେ ସୁସ୍ଥଭାବେ ଛିଡା ହେଇଛନ୍ତି । କଟକ ବାଲିଯାତ୍ରା ପଡିଆରେ ଆଜି ଉଦଘାଟିତ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚୌଦ୍ଵାର,କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ଏହା କହିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଭାବେ ଲୋକମାନେ ଠିକ ରୂପେ ପାଇପାରିବେ ସେ ଉପରେ ବିଭାଗୀୟ କର୍ମଚାରୀ ମାନଙ୍କୁ ଯତ୍ନବାନ ହେବାକୁ କହିଥିଲେ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ମେଳାରେ ଯୋଗ ଦେଇ,ଏହି ମେଳାରୁ ପଶୁପାଳନ ଓ ମତ୍ସ୍ୟ ଚାଷ ପାଇଁ ଇଛୁକ ଚାଷୀମାନେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଥିଲେ । ଦୁଇ ଦିନ ପାଇଁ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାରର ଉନ୍ନତ ଚାଷ ପ୍ରଣାଳୀ, ମତ୍ସ୍ୟ ଓ ପଶୁଖାଦ୍ୟ ଆଦି ଉପରେ ଷ୍ଟଲ ଖୋଲିଛି ।
ଏହି ମେଳାରେ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ଵାଳ ବିଭିନ୍ନ ଯୋଜନାରେ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରିବା ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ବୈଜ୍ଞାନିକ ଓ ଚାଷୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁଶାନ୍ତ ନାୟକ ସ୍ଵାଗତ ଭାଷଣ ଦେଇଥିଲେ। ସଭାରେ ଷ୍ଟାଣ୍ଡିଂ କମିଟି ଅଧକ୍ଷ,ଜିଲ୍ଲା ପରିଷଦ ଶ୍ରୀ ଆଶିଷ କୁମାର ସାହୁ,ଅତିରିକ୍ତ ନିର୍ଦ୍ଦେଶକ ମତ୍ସ୍ୟ ନିର୍ଦେଶାଳୟ କଟକ ମୁରଲୀଧର ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳକାନ୍ତ ପାଣିଗ୍ରାହୀ, ଅତିରିକ୍ତ ନିର୍ଦେଶକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଡ. ସତ୍ୟ ରଞ୍ଜନ ରାଉତ, ସାଂସଦ ଜଗତସିଂହପୁର କଟକ ଜିଲ୍ଲା ପ୍ରତିନିଧି ବନ୍ଦୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ବବିତା ମହନ୍ତ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post