
ନବରଙ୍ଗପୁର ତା ୧୫.୧.୨୦୨୬:ଅଶୋକ ସାହୁ, ଜିଲ୍ଲାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭାରମ୍ବ ହୋଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଉପସ୍ଥିତ ରହି ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସମସ୍ତେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସଡ଼କ ସୁରକ୍ଷା ଶପଥ ପାଠ କରିଥିଲେ। ଏହି ପରିପେକ୍ଷୀରେ ଜିଲ୍ଲପାଳ ଉପସ୍ଥିତ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ କହିଥିଲେ। ଶୋଭାଯାତ୍ରା କାର୍ଯ୍ୟକ୍ରମରେ ରାଜା ଚୈତନ୍ୟ ଦେବ ନୋଡାଲ ହାଇ ସ୍କୁଲ୍ ର ଛାତ୍ର ଛାତ୍ରୀ, ଆର୍ ଟି ଓ,ଡି ଇ ଓ, ଅଧୀକ୍ଷଣ ଯନ୍ତ୍ରୀ, ଆର୍ ଏଣ୍ଡ ବି, ସି ଡି ଏମ ଓ,ଟ୍ରାଫିକ ଇନ୍ସପେକ୍ଟର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ନବରଙ୍ଗପୁର ଡ୍ରାଇଭର ସଂଘ କର୍ମକର୍ତ୍ତା ସାମିଲ ହୋଇ ଥିଲେ। ଶୋଭାଯାତ୍ରା ରେ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସଡକ ସୁରକ୍ଷା ସମ୍ଭଧୀୟ ସ୍ଲୋଗାନ, ଲିଫ୍ଲେଟ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post