କେନ୍ଦୁଝର,ତା୧୫/୧- ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଡାକବଙ୍ଗଳା ଠାରେ ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ୭୯ତମ ସେନା ଦିବସ ଧୁମଧାମରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଓ କବିନ୍ଦ୍ର ରାଉତ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ଯଦୁମଣି ବେହେରା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାର୍ଯ୍ୟକାରୀ ସଭାପତି ବଳଭଦ୍ର ମହାକୁଡ଼। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଦିଲ୍ଲୀପ କୁମାର ବେଜ।.କାର୍ଯ୍ୟକ୍ରମରେ ସେନା ନିବୃତ୍ତ ସଂଘ ତରଫରୁ ସାରଥି ନାୟକ ଓ ବର୍ଷା ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ଦୋଳଗୋବିନ୍ଦ ପଣ୍ଡା ୭୯ତମ ସେନା ଦିବସ ପାଳନର ଉଦ୍ଦେଶ୍ୟ ଓ ଦେଶ ମାତୃକା ପାଇଁ ସେନା ଓ ଯବାନ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଦିବଗଂତ ଯବାନ ମାନଙ୍କର ଅମର ଆତ୍ମାର ଶାନ୍ତିପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମନ୍ମଥ ପ୍ରଧାନ,ଭୋଳାନାଥ ମହାନ୍ତ,ଅଙ୍ଗଦ ମହାନ୍ତ,କୀର୍ତ୍ତନ ମହାନ୍ତ,ପ୍ରମୋଦ କୁମାର ନାୟକ, ଦୀପକ ଜେନା, ଲଲାଟ କେଶରୀ ମହାନ୍ତ,ମାନଭଞ୍ଜନ ଦାସ, ରମେଶ ନାୟକ, ଧରଣୀଧର ଗିରି, ପ୍ରମିଳା ମହାନ୍ତ,ମଞ୍ଜୁଲତା ମହାକୁଡ଼ଙ୍କ ସମେତ ଅନ୍ୟାନ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post