ଅତର୍କିତ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ କାଳି ମନ୍ଦିର ନିକଟରେ ଅମିତ୍ ମୁଖୀ ନାମକ ଜଣେ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଓ ଖବର ପାଇ ପୋଲିସ ଓ ବ୍ରହ୍ମପୁର ଏସପି ଡାକ୍ତରଖାନାରେ ପହଞ୍ଚି ଯୁବକ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ବୋଲି ଜଣାପଡିଛି। ଆହତ ଯୁବକ ଜଣକର ନିଜ ଘର ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହି ହୋଇଥିବା ବେଳେ କିଛି ଯୁବକ ମାନଙ୍କ ସହ ତାର ମନୋମାଳିନ୍ୟ ହୋଇଥିଲା।
ତେଣୁ କରି ପୁର୍ବ ଶତୃତା କୁ ନେଇ ଏହି ଭଳି ଆକ୍ରମଣ ହୋଇଛି ବୋଲି ଶୁଣିବାକୁ ମିଳୁଛି।

Leave A Reply

Your email address will not be published.