ଓଡ଼ଗାଁ,୧୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ମଙ୍ଗଳବାର ରାତିରେ ଅପରେସନ ଷ୍ଟ୍ରାଇକ୍ ମାଧ୍ୟମରେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଥିଲେ । ଗିରଫ ଜଣକ ହେଲେ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ପରିଡ଼ା । ଅନ୍ୟ ପକ୍ଷରେ ମୋଟର ଜାନ ତନଖି, ମଦ୍ୟପାନ କରି ଗାଡ଼ି ଚାଳନା ବାବଦରେ ୪ ହଜାର ୫ଶହ ଟଙ୍କା ଅସୁଲ ହୋଇଥିଲା । ଏହା ସହିତ କୌଣସି ପୂର୍ବ ସୂଚନା ନଥାଇ ଓଡ଼ଗାଁ ଥାନା ଅଞ୍ଚଳରେ ଥିବା ହୋଟେଲ ଏବଂ ଲଜ ଗୁଡ଼ିକରେ ପୋଲିସ ଅଚାନକ ପହଞ୍ଚି ତନଖି କରିଥିବା ଜଣାଯାଇଛି। ଆଗାମୀ ଦିନରେ ଅପରେସନ ଷ୍ଟ୍ରାଇକ୍ ଓ ସ୍ପେସିଆଲ ଡ୍ରାଇଭ୍ ମାଧ୍ୟମରେ ପୋଲିସ ଅଚାନକ ଭାବେ ପହଞ୍ଚି ଅପରାଧିକ କାର୍ଯ୍ୟକଳାପ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବେ।ଅବୈଧ ନିଶା ଦ୍ରବ୍ୟ ଚାଲାଣ,ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଅପ୍ରାପ୍ତ ବୟସ୍କଙ୍କ ଗାଡ଼ି ଚାଳନା ଆଗାମୀ ଦିନରେ ବହୁ ମହଙ୍ଗା ପଡ଼ିବ ବୋଲି ଓଡ଼ଗାଁ ଥାନା ତରଫରୁ ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post