ଅସ୍ତରଙ୍ଗ: ପୂରୀ ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ସମୁଦ୍ର ତଟ ସହ କେଳୁଣୀ ମନ୍ଦିର ପରିସର ରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ଶୁଭାରମ୍ଭ କରିଥିଲେ l କେଉଟଜଙ୍ଗା ମହିଳା ସଂଘ, ସମେତ ସମୁଦ୍ର ତଟ ଦେଶରେ ଥିବା ଗ୍ରାମ ଗୁଡିକର ଜନ ସାଧାରଣ, ଫରେଷ୍ଟର କାଳି ଚରଣ ମହାନ୍ତି, କୈଳାସ ନାୟକ, ଟିକିନା ପ୍ରଧାନ ଙ୍କ ସମେତ ବନରଖି ଓ ବନ ବିଭାଗ ଫ୍ଲ୍ୟାଇଙ୍ଗି ସ୍କ୍ୱାଡ଼ ପ୍ରଭୁତି ସାମିଲ ରହି, ଜରି, ପ୍ଲାଷ୍ଟିକ, ଛିଣ୍ଡା ଜାଲ, ସମେତ ଅଳିଆ ଆବର୍ଜନା ଆଦି ଗୋଟାଯାଇ ଡଷ୍ଟବିନ ରେ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ରଖାଯାଇ ଥିଲା l ଶେଷରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ସାମିଲ ଥିଵା ଦଳ ଙ୍କୁ ନେଇ ଏକ ଆଲୋଚନା ଚକ୍ର ରେଞ୍ଜର ମୋନାଲିସା ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ, ସମୁଦ୍ର ତଟ କିପରି ପ୍ଲାଷ୍ଟିକ ମୁକ୍ତ ହେବ ସେ ବିଷୟ ରେ ନିଜ ନିଜ ର ମତ ରଖିଥିଲେ l
Sign in
Sign in
Recover your password.
A password will be e-mailed to you.