କେନ୍ଦୁଝର,ତା୧୪/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପୁରୁଣା ସରକାରୀ ଚିକିତ୍ସାଳୟ ଏଠାକୁ ବହୁ ଲୋକ ରୋଗ ନିରାକରଣ ଲାଗି ଦୈନିକ ଆସନ୍ତି। ତେବେ ସ୍ଥାନୀୟ ଲୋକେ ଏଠାକୁ ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଲାଗି ଆସି ହଇରାଣ ହେଉଥିବା ଅଭିଯୋଗ ପଦ୍ମପୁର ସଚେତନ ମଞ୍ଚ ଅଭିଯୋଗ କରିଛି। ଏହି ବିଭାଗରେ ଜନ୍ମ ମୃତ୍ୟୁ ଟ୍ରେଜେରି ଚାଲାଣ ଲାଗି ମାତ୍ର ୧୦୦/୨୦୦ଟଙ୍କା, ଆଫିଡ଼େଭିଟ୍ ଲାଗି ୧୫୦୦/୨୦୦୦ ସେହିପରି ଜନ୍ମମୃତ୍ୟୁ ଖାତାରେ ପଞ୍ଜିକରଣ ହୋଇ ନଥିଲେ ମିସ୍ କେଶ୍ ଲାଗି ୫୦୦୦/୧୦୦୦୦ ଟଙ୍କା ନିଆଯାଉଥିବାର ଗୁରୁତର ଅଭିଯୋଗ ଆସିଛି । ତେଣୁ ଏହି ଘଟଣାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚର ସଦସ୍ୟମାନେ ଦୃଢ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.