ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ତଥା ପୁଲ – ବି ର ପ୍ରଥମ ମ୍ୟାଚ୍ ଅମର ସ୍ପୋର୍ଟସ ପୁନେ ଓ ରକେଟ୍ ଏଲେଭେନ୍ ମୁମ୍ବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୁନେ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୨୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୫ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ମୁମ୍ବାଇ ଦଳ ୧୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୭ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ପୁନେ ଦଳର ଅମନ୍ କୋହଲି ୬୪ ବଲ ରେ ୮୨ ରନ୍ ସଂଗ୍ରହ କରିଥିଲେ। ୬ ଓଭରରେ ୩୩ରନ ବଦଳରେ ୪ ୱିକେଟ୍ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।ସେହିପରି ମୁମ୍ୱାଇ ଦଳର ଟସ୍ରିଫ ଖାନ୍ ୨୦ ବଲ ରେ ୩୫ ରନ୍ ସଂଗ୍ରହ କରିଥିଲେ। ପୁରସ୍କାର ବିତରଣୀ ସମାରୋହରେ ଦୂର୍ଗାପୂଜା କମିଟି ଉପସଭାପତି ଅଜିତ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ସଂପାଦକ ଯୁଗଳ କିଶୋର ସାହୁ ଏଵଂ କାର୍ଯ୍ୟକାରିଣୀ ସଦସ୍ୟ ଯୋଗେଶ ସାହୁ ଯୋଗଦେଇ ପୁନେ ଦଳର ଅମନ କୋହଲି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ସତ୍ୟବ୍ରତ ମହାପାତ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ସନ୍ତୋଷ ନାୟାର ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।
Sign in
Sign in
Recover your password.
A password will be e-mailed to you.