ନୟାଗଡରେ କ୍ୟାଣ୍ଡେଲ ଶୋଭାଯାତ୍ରା  

0

ନୟାଗଡ (ବିଶ୍ୱଜିତ ନାୟକ) – ନୟାଗଡ ସହର ପାଖ ଦୁର୍ଗାପ୍ରସାଦ ଗ୍ରାମର ଜୟ ଦୁର୍ଗା କ୍ଲବର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟାରେ   ହାତରେ କ୍ୟାଣ୍ଡେଲ  ଧରି ନୟାଗଡ ସହର ପରିକ୍ରମା କରିଥିଲେ I ଜମ୍ମୁକାଶ୍ମୀର ଠାରେ ହୋଇଥିବା ବଡ ଧରଣର ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସି ଆର ପି ଏଫ ଯବାନ ସହିଦ ହୋଇଥିବା ବେଳେ ଓଡିଶା ରୁ ୨ଜଣ ଯବାନ ପ୍ରସନ୍ନ କୁମାର ସାହୁ ଏବଉଁ ମନୋଜ କୁମାର ବେହେରା  ସହିଦ ହୋଇଛନ୍ତି i ଏହି ଯବାନମାନଙ୍କୁ ସମ୍ମାନ ଜଣାଇ ଅମର ଆତ୍ମାର ସଦ୍ଗତି ଏବଉଁ ଆତଙ୍କବାଦ ଆକ୍ରମଣରେ ଆହତ ଯବାନମାନଙ୍କ ଆଶୁଆରୋଗ୍ୟ  ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା |

Leave A Reply

Your email address will not be published.